ଦାଦନ
ଦାଦନ
ଦୁଃଖ କରିବାର କିଛି ନାହିଁ
ଦୁଃଖ ହିଁ ମୋର ଜନ୍ମଗତ ପରିଚୟ
ପେଟ ଚାଖଣ୍ଡକ ପାଇଁ ମୁଁ
ସଙ୍ଘର୍ଷ କରେ ।
ଅନେକ ଦେଶ ଘୁରିବୁଲେ,
ଭୋକ ଉପାସରେ ପିିିଲାଛୁଆ
ଆଉଟୁ ପାଉଟୁ ହୁଅନ୍ତି ,
ସ୍ତ୍ରୀପିଲା ମୁହଁରେ ଦାନା ଦେବା ପାଇଁ
ଇଟା ଭାଟିର ହୁତୁ ହୁତୁ ନିଆଁରେ
ଦଗ୍ଧ ହୁଏ ,ରକ୍ତକୁ ପାଣିକରି ବୁହାଇ ଦିଏ।
ମାଲିକର କୋପଦୃଷ୍ଟିର ଶିକାର ହୁଅନ୍ତି
ମୋ ସରଳ ନିଷ୍ପାପ ସ୍ତ୍ରୀ ଆଉ ବଢିଲା ଝିଅ ।
ଭିଟାମାଟି କୁ ଫେରି ପାରେନି
ମୃତ୍ୟୁ ସହିତ ସଂଗ୍ରାମ କରୁଥିବା
ବୁଢ଼ା ବାପା ମା ମୁହଁ ରେ ପାଣି ଦେବାପାଇଁ।
ଚାଳ ଛପର ଘର ଖଣ୍ଡିକ ଅଦିନିଆ ଝଡରେ ଭାଙ୍ଗିଯାଏ
ମୋ ପାଇଁ ଆସିଥିିିବା ପକ୍କା ଘର ,
ରାସନ କାର୍ଡ କୁ ବିକ୍ରି କରି ଦିଅନ୍ତି
ସମାଜର ବଡ଼ବଡ଼ିଆମାନେ,
ଟଙ୍କା ଲାଞ୍ଚ ଦେଇପାରେନି ବୋଲି
ମୋର ସବୁ ଅଧିକାର ଛଡେଇ ନିଅନ୍ତି ।
ଜ୍ଞାତି କୁଟୁମ୍ବ ଦୂରେଇ ଯାଆନ୍ତି ।
ସବୁ ହରେଇ ମଣିଷ ବଦଳେ ,
ଦାଦନର ପରିଚୟ ନେଇ ବଞ୍ଚେ,
ସାରା ଜୀବନ ପାଇଁ ।