STORYMIRROR

jamini dash

Others

4  

jamini dash

Others

ଅପେକ୍ଷା

ଅପେକ୍ଷା

1 min
161

ଜୀବନର ଏକୋଇଶି ପୃଷ୍ଠା

ସରିଗଲା ଏକାଏକା

ନିଃସଙ୍ଗ ପଣ,

କଳା ଚଦର ଟାଣିଦିଏ

ମନତଳେ ସାଇତି ଥିବା ସ୍ଵପ୍ନ ଉପରେ।

କେଉଁ ଏକ ଅଜଣା ଆକର୍ଷଣରେ

ଶିହରୀ ଉଠେ।

ସଜ ଗୋଲାପର ମହ ମହ ବାସ୍ନା

ଆମୋଦିତ କରେନା,

ଗଭାରେ ଲାଗି ପାରେନା

ଅଜାଣତେ ତାର କୋମଳ ପାଖୁଡ଼ା

କ୍ଷତ ବିକ୍ଷତ ହୋଇ ତଳେ ପଡ଼ି ଥାଏ।

ଚୁଲି ଉପରେ ବସିଥିବା ଭାତହାଣ୍ଡି 

ଉତୁରି ଯାଏ ।

ସଞ୍ଜ ଦୀପ ଦେଉ

 କାନି ପୋଡ଼ି ଯାଏ।

ମୋବାଇଲ ର କ୍ରିଂ କ୍ରିଂ 

ଶୁଣି ଦଉଡ଼ି ଯାଏ

ନିଜ ଲୋକ ବୋଧେ 

ଫୋନର ସେପାଖେ

ରଙ୍ଗ ନମ୍ବର ,

କଥା ଶୁଣୁ ଶୁଣୁ

ପାଦ ଦୁଇଟି ପଛକୁ ଫେରିଆସେ।

ଅଶ୍ରୁସିକ୍ତ ହୁଏ 

ପ୍ରତିକ୍ଷିତ ଆଖି।

କାହାପାଇଁ ଏ ଅପେକ୍ଷା

ଏତେ କବଳିତ କରେ

ମୋ ମନ ଏବଂ ଆତ୍ମାକୁ

ଗୋଟାପଣେ ଗ୍ରାସ କରିଯାଏ

ମୋ ସମଗ୍ର ଅସ୍ତିତ୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍