ଅପରିଚିତ
ଅପରିଚିତ
1 min
191
ଜୀବନ ମୃତ୍ୟୁ ମଧ୍ୟରେ
ସଂଗ୍ରାମ କରୁକରୁ
କେଉଁ ଏକ ଅଜଣା ମୁହଁ
ଆଖି ଆଗରେ ବାର ବାର ଉଙ୍କିମାରେ ।
ଥକି ପଡ଼ିଲେ ହାତ ବଢ଼େଇ ଦିଏ ।
ତୃଷ୍ଣା ମେଣ୍ଟେଇବାକୁ
ଆଞ୍ଜୁଳାଏ ଜଳ ଢାଳି ଦିଏ,
ଜୀବନ ର ଦୋଛକିରେ
ବାଟ କଢାଏ ।
ଏ ଭିଡ଼ ଭିତରେ ଅନେକ ମୁହଁ
ଅନେକ ଚେହେରା
ବାରମ୍ବାର ଆସେ ଯାଏ
ମରୁଭୂମିର ମରିଚିକା
ପଛରେ ଧାଉଁଥିବା ମଣିଷ
କେଉଁ ଅଜଣା ବ୍ୟକ୍ତି ନିକଟରେ
ନିଜ ସବୁ ଅସ୍ତିତ୍ବ ହରାଇ ବସେ।
ଅତି ଆପଣାର ମଣିଷ ଟିଏ
ଯେତେବେଳେ ହାତ ଛାଡିଦିଏ
ଅଚିହ୍ନା ହାତ ବାଟ କଢ଼େଇ ନିଏ।
ସମୟ ଯେତେବେଳେ
ନିଜ ଉପରେ ହସିଦିଏ
ଅପରିଚିତ ବାହୁ ପ୍ରସାରିତ
କରି ଗାଢ କଳିଙ୍ଗନରେ
ବାନ୍ଧିଦିଏ।
ପରମ ଶାନ୍ତି ରେ ଭାସିଯାଏ ।
ସବୁ ପରିଚିତ ମଣିଷ
ନିଜଠାରୁ ଦୁରେଇ ଗଲାପରେ
ଅପରିଚିତ ସମ୍ପର୍କରେ
ଛନ୍ଦି ହୋଇଯାଏ
ଏଜୀବନ ।
