STORYMIRROR

Anil kumar Pradhan

Abstract

3  

Anil kumar Pradhan

Abstract

ଜୀବନ -02

ଜୀବନ -02

1 min
197


ଜୀବନ !

ଏମିତି ଏକ ଇତିହାସ

ମାଡିଆସେ

ବର୍ତ୍ତମାନ

ଆଉ, ଭବିଷ୍ୟତ ପାଶ l


ଜୀବନ !

ସମୟକୁ

ଡାକି ଡାକି

ସାଉଁଟି ଆଣେ

ସାତ ଫରୁଆ ଭିତର ସ୍ମୃତି

ବିଷାକ୍ତ ମନରେ

ଭରି ଦିଏ

ଅମୃତର ସ୍ବର୍ଗୀୟ ଅନୁଭୂତି l


ଜୀବନ !

ହାରିବା ଜିତିବାର ଏକ ଶିକୁଳି

ବୁଝା -ଅବୁଝାର

ପରିଭାଷା

ଭକ୍ତ ଆଉ ଭଗବାନ ପରି

ଏକ ନିଶା l


ଜୀବନ !

କେବେ କେବେ

ଗଢିଦିଏ

ନୂଆ ଏକ ଜୀବନର ଜହ୍ନ

ଭାଙ୍ଗିଦିଏ

ଯୁଗ ଯୁଗ ଜାବୁଡି ଧରି ରଖିଥିବା

ଅଦେଖା

ଓ 

ଅଭୁଲା ସପନ l


ଜୀବନ !

ଶିଖେଇ ଦିଏ

ଚିନ୍ହା ଆଉ ଅଚିନ୍ହା ର ଫୁତ୍କାର

ଭୋକିଲା ର ଚିତ୍କାର

କହିଦିଏ

ଦେଇଥିବା,

ପାଇଥିବା ସମୟର ସତ୍କାର l


ଜୀବନ !

କହିଦିଏ

ରାସ୍ତା କଡ଼ ର ପେଟ କଥା

ଆଉ

ଉପବାସ ପେଟ ରେ

ମୂଷା ଦୌଡିବା ର ବ୍ୟଥା

ପରସି ଦେଇ

ଜୀବନକୁ ଯୋଡିବାର ପ୍ରଥା l


Rate this content
Log in

Similar oriya poem from Abstract