STORYMIRROR

Prabhat Dash

Abstract

3  

Prabhat Dash

Abstract

ମା

ମା

1 min
134

ମା ଏକ ଛଳ କପଟ ହୀନ ନାଁ

ଛଳ ଛଳ ନଈଟିଏ

କୁଆଁରୀ ଝରଣା ଟିଏ

ନିରିମାଖି ମେଘ ଟିଏ।

ବାସ୍ନା ତା'ର ନିଆରା

କଥା କୁହୁକ ଭରା

ଆଖିରେ ତା ଆଖିଏ ସପନ

ନିଜ ସନ୍ତାନ ପାଇଁ।

ପ୍ରାପ୍ତି ର ଆକାଂକ୍ଷା ନାହିଁ

ଖାଲି ଦେବା ସେ ଜାଣିଛି

ଅଭିମାନ ନାହିଁ କିଛି

ଅଭିନନ୍ଦନ କରୁଛି।

ଶୁଖିଲା ମୁହଁରେ ଯାର ଫୁଟିଥାଏ ହସ

ବିନା ବସନ୍ତ ରେ ଛୁଟେ ବଉଳ ର ବାସ 

ବିନା ମେଘେ ସିଏ ଏକ ପୂର୍ଣ୍ଣ ଜଳଧାରା

ଶୂନ୍ୟ ରହି ଅପରକୁ ପୂର୍ଣ୍ଣ କରେ ପରା।

ନିଇତି ମନାସୁ ଥାଏ ଅୟୂତ ଆୟୂଷ

ଆହା କି ମଧୂର ତା'ର ସେ ଶୀତଳ ସ୍ପର୍ଶ।

ଇଚ୍ଛା ଜାଗେ ଶୋଇଥାନ୍ତି କୋଳରେ ତାହାର

ନ ଥାନ୍ତା ମୋ ମନେ ଭୟ ଥାନ୍ତି ନିର୍ବିକାର।

ଦୁଃଖ କେବେ ପାଶେ ମୋର ଆସି ତ ନ ଥାନ୍ତା

କାନି ପଣତରେ ତା'ର ଘୋଡ଼ାଇ ରଖନ୍ତା।

ମା ଏକା ବୁଝିପାରେ ସବୁ ମନକଥା

ନିରାଟ ସତ୍ୟ ଏହା ନୁହଁଇ ଅନ୍ୟଥା।

ଶୁଚିସ୍ମିତା ମିଶ୍ର ନୟାଗଡ଼ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract