ମା
ମା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମା ଏକ ଛଳ କପଟ ହୀନ ନାଁ
ଛଳ ଛଳ ନଈଟିଏ
କୁଆଁରୀ ଝରଣା ଟିଏ
ନିରିମାଖି ମେଘ ଟିଏ।
ବାସ୍ନା ତା'ର ନିଆରା
କଥା କୁହୁକ ଭରା
ଆଖିରେ ତା ଆଖିଏ ସପନ
ନିଜ ସନ୍ତାନ ପାଇଁ।
ପ୍ରାପ୍ତି ର ଆକାଂକ୍ଷା ନାହିଁ
ଖାଲି ଦେବା ସେ ଜାଣିଛି
ଅଭିମାନ ନାହିଁ କିଛି
ଅଭିନନ୍ଦନ କରୁଛି।
ଶୁଖିଲା ମୁହଁରେ ଯାର ଫୁଟିଥାଏ ହସ
ବିନା ବସନ୍ତ ରେ ଛୁଟେ ବଉଳ ର ବାସ
ବିନା ମେଘେ ସିଏ ଏକ ପୂର୍ଣ୍ଣ ଜଳଧାରା
ଶୂନ୍ୟ ରହି ଅପରକୁ ପୂର୍ଣ୍ଣ କରେ ପରା।
ନିଇତି ମନାସୁ ଥାଏ ଅୟୂତ ଆୟୂଷ
ଆହା କି ମଧୂର ତା'ର ସେ ଶୀତଳ ସ୍ପର୍ଶ।
ଇଚ୍ଛା ଜାଗେ ଶୋଇଥାନ୍ତି କୋଳରେ ତାହାର
ନ ଥାନ୍ତା ମୋ ମନେ ଭୟ ଥାନ୍ତି ନିର୍ବିକାର।
ଦୁଃଖ କେବେ ପାଶେ ମୋର ଆସି ତ ନ ଥାନ୍ତା
କାନି ପଣତରେ ତା'ର ଘୋଡ଼ାଇ ରଖନ୍ତା।
ମା ଏକା ବୁଝିପାରେ ସବୁ ମନକଥା
ନିରାଟ ସତ୍ୟ ଏହା ନୁହଁଇ ଅନ୍ୟଥା।
ଶୁଚିସ୍ମିତା ମିଶ୍ର ନୟାଗଡ଼