ବାକି ରହିଯାଏ ତଥାପି
ବାକି ରହିଯାଏ ତଥାପି
ଯେତେ କହୁଥିଲେ ସରେନା ତଥାପି
ବାକି ରହିଯାଏ ଅକୁହା କଥା
ମନର ବେଦନା କିଏବା ବୁଝିବ
ଫେଇ ଦେଖିବ କେ ମରମ ଗାଥା।
ଜୀବନ ନୁହଇ ଗୋଲାପ ର ଶଯ୍ୟା
ପଥେ ପଥେ ତା'ର କଣ୍ଟା ରେ ଭରା
ମିଛ ସ୍ଵାଧୀନତା ମିଛ ଭାବ ଏଠି
ଉପରେ ସିନିହ ଭାବରେ ଭରା।
ଧନ ସନମାନ ଲୋଭରେ ମଣିଷ
ଭୁଲିଛି ଆପଣା ମଣିଷ ପଣ
ନିଜ ନିଜ ମଧ୍ୟେ ସଂଘର୍ଷ ଏଠି
ମିଛରେ ହେଉଛି ଲହୁ ଲୁହାଣ।
ଅଢେ଼ଇ ଦିନର ମଣିଷ ଜନମ
କ୍ଷଣିକ ସୁଖରେ ଭୁଲିଛି ସବୁ
କିବା ଆଣିଥିଲୁ ସାଥିରେ ତୋହର
କେଉଁ ଦରବ ବା ସାଥୀରେ ନେବୁ।
ବେଳ ଥାଉ ଥାଉ ହୁଅ ସାବଧାନ
ହେଜ ଥରେ ବାବୁ ମାଳିକା କଥା
ବାଇଶି ପାହାଚେ ମୀନ ଖେଳିବାଟା
ନହୋଇବ ବାବୁ କେବେ ଅନ୍ୟଥା।
