STORYMIRROR

Prabhat Dash

Abstract

3  

Prabhat Dash

Abstract

ବାକି ରହିଯାଏ ତଥାପି

ବାକି ରହିଯାଏ ତଥାପି

1 min
117

ଯେତେ କହୁଥିଲେ ସରେନା ତଥାପି

ବାକି ରହିଯାଏ ଅକୁହା କଥା

ମନର ବେଦନା କିଏବା ବୁଝିବ

ଫେଇ ଦେଖିବ କେ ମରମ ଗାଥା।


ଜୀବନ ନୁହଇ ଗୋଲାପ ର ଶଯ୍ୟା

ପଥେ ପଥେ ତା'ର କଣ୍ଟା ରେ ଭରା 

ମିଛ ସ୍ଵାଧୀନତା ମିଛ ଭାବ ଏଠି 

ଉପରେ ସିନିହ ଭାବରେ ଭରା।


ଧନ ସନମାନ ଲୋଭରେ ମଣିଷ

ଭୁଲିଛି ଆପଣା ମଣିଷ ପଣ

ନିଜ ନିଜ ମଧ୍ୟେ ସଂଘର୍ଷ ଏଠି

ମିଛରେ ହେଉଛି ଲହୁ ଲୁହାଣ।


ଅଢେ଼ଇ ଦିନର ମଣିଷ ଜନମ

କ୍ଷଣିକ ସୁଖରେ ଭୁଲିଛି ସବୁ

କିବା ଆଣିଥିଲୁ ସାଥିରେ ତୋହର

କେଉଁ ଦରବ ବା ସାଥୀରେ ନେବୁ।


ବେଳ ଥାଉ ଥାଉ ହୁଅ ସାବଧାନ

ହେଜ ଥରେ ବାବୁ ମାଳିକା କଥା

ବାଇଶି ପାହାଚେ ମୀନ ଖେଳିବାଟା

ନହୋଇବ ବାବୁ କେବେ ଅନ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract