STORYMIRROR

Prabhat Dash

Others

4  

Prabhat Dash

Others

ଦୁହିତା

ଦୁହିତା

1 min
275

ବୃକ୍ଷରେ ସୁନ୍ଦର ଫୂଟିଥିଲେ ଫୁଲ

   ଘରକୁ କନ୍ୟା ରତନ

ଗୃହ ପୂରିଉଠେ ତାହାରି କଲ୍ଲୋଳେ

  କର କନ୍ୟାର ଯତନ।


ଦୁହିତା ନାମ ଟି ବହିଅଛି ଯେଣୁ

  ଅଟେ ଦୁଇକୂଳ ହିତା

ନର ଠାରୁ ନାରୀ କେଉଁ ଗୁଣେ ଉଣା

  ହୁଏ ସେ ଜଗତ ଜିତା।


ସାଗର ଗର୍ଭରୁ ଅନ୍ତରୀକ୍ଷ ଯାଏଁ

  ବ୍ୟାପିଛି ତା କଳେବର

ହସରେ ତାହାର ଝରଇ ମୁକୁତା

  କଥା କୋଇଲି ର ସୁର।


ରୁଣୁଝୁଣୁ ଶୁଭେ ଚାଲିଗଲେ ସିଏ

   କଥା କହେ ତା ନୂପୁର

ଆହା କରିଦେଇ ଆଉଁସି ଦେଲେ ସେ

 କଷ୍ଟ ହୋଇଯାଏ ଦୂର।


ପାଶେ ପାଶେ ରହି ମନକଥା ଜାଣି

  ଦୂର କରେ ମନ ବ୍ୟଥା

ଦୁହିତା ନାମକୁ ସାର୍ଥକ କରେ ସେ

  ଅଟେ ଦୁଇ କୂଳ ହିତା।


ଅଳପ ଦିନର ରହଣି ତାହାର

  ହୋଇଥାଏ ବାପ ଘରେ

ସଭିଙ୍କର ମନ କିଣି ନେଇଥାଏ

 ସେନେହ ବୋଳା କଥାରେ।


ବାପଘର ଛାଡ଼ି କର୍ମ କ୍ଷେତ୍ରେ ଯାଏ

  ଯାହା ତାର ଶାଶୁ ଘର

ନିଜ ହାତରେ ସେ ସଜାଡୁ ସଜାଡୁ

 କରିନିଏ ଆପଣାର।


କନ୍ୟା ରୁ ଜାୟା ଜାୟା ରୁ ଜନନୀ

 କେତେ ରୂପ ସିଏ ନିଏ

ତା ମମତା ବୋଳା କଥାରେ ସତେବା

  ଆହା କି ମମତା ଥାଏ।


ସ୍ନେହ ମମତାର ଗନ୍ତାଘର ସିଏ

  କୁବେର ଠାରୁ ବି ବଳୀ 

ଜ୍ଞାନୀ ପଣେ ତାକୁ ସରିକେ ହୋଇବ

  ବିଧାତା ନ ପାରେ କଳି।


କୁନି କଳିକା ରୁ ହୋଇ ପ୍ରସ୍ଫୁଟିତ

  ବାସ ଚହଟାଇ ଥାଏ

ଆହା ତା'ର ବାସ କେତେ ତା ସୁବାସ

    ମନ ସଦା ମୋହୁଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍