STORYMIRROR

Prabhat Dash

Classics

3  

Prabhat Dash

Classics

ଛଳନା

ଛଳନା

1 min
440

ପ୍ରେମ ନୁହେଁ ଖାଲି ଦୁଇଟି ଅକ୍ଷର

  ଲିଭାଇଲେ ଲିଭିଯିବ

ପ୍ରକୃତ ପ୍ରେମ ରେ ଛଳନା ନଥାଏ

   ତାହା ହୃଦରେ ସାଇତା ଭାବ।


ପ୍ରେମ ଚିରନ୍ତନ ପ୍ରେମ ଅମଳିନ

   ନଥାଏ ତା ଜାତି ଧରମ

ପ୍ରେମ ହିଁ ପ୍ରତିକ୍ଷା ପ୍ରେମ ଏକ ଭିକ୍ଷା

   ନଥାଏ ଏଥିରେ ଭରମ।


ପ୍ରେମ ଦେଖେ ନାହିଁ ବୁଢା କି ଭେଣ୍ଡିଆ

  ଧନୀ କିବା ଧନହୀନ 

ପ୍ରେମ ସତ୍ୟ ଶିବ ପ୍ରେମ ହିଁ ଶାଶ୍ଵତ

  ପ୍ରେମ ଅନ୍ତର ର ଦହନ।


ଛଳନା ବାସନା ଅବା ପ୍ରତାରଣା

 କରେ ଯିଏ କାହା ସାଥୀରେ

ପ୍ରେମ ର ମୂଲ୍ୟ ସେ ବୁଝେନାହିଁ ବନ୍ଧୁ

 ପ୍ରେମ ତାହାଠାରୁ ଦୂରରେ।


ଦେବା ଜାଣେ ନାହିଁ ନେବା ଜାଣେ ଯିଏ

   ବୁଝେ ନାହିଁ ସେ ପ୍ରେମ ର ମୂଲ

କେଉଁ ଦେବତାର ଆଶୀର୍ବାଦ ସିଏ 

   ମୂଲ ତା ଅମୂଲ୍ ମୂଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics