Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhat Dash

Abstract

3  

Prabhat Dash

Abstract

ଦିବ୍ୟ ଦୀପାବଳି

ଦିବ୍ୟ ଦୀପାବଳି

1 min
182


ପୂଣ୍ୟ କାର୍ତ୍ତିକ ରେ ଅମାବାସ୍ୟା ତିଥି

ଦୀପାବଳି ପର୍ବ ହୁଏ ପାଳନ ,

ପୂର୍ବ ପୁରୁଷ ଙ୍କ ସୃତି ଉଦ୍ଦେଶ୍ୟରେ

ହୋଇଥାଏ ଆହା ପିଣ୍ଡ ପ୍ରଦାନ।


ଯାଇଥିଲେ ଯେବେ ବନବାସେ ରାମ

ହୋଇଥିଲା ସୀତା ମାତା ହରଣ

ଦଶାଶିର ନାଶି ଅଯୋଧ୍ୟା କୁ ପ୍ରଭୁ

କଲେ ସେହିଦିନ ପ୍ରତ୍ୟାବର୍ତ୍ତନ।


ଦୀପ ଦୀପାବଳି ଆଲୋକ ର ପର୍ବ

ଘରେ ଘରେ ହୋଇଥାଏ ପାଳନ

ଅନ୍ଧକାର ନାଶି ଆଲୋକ ପ୍ରଦାନ

ଅଟେ ସେ ଦିନ ର ମହିମା ଜାଣ।


ବରଷା ଋତୁରେ କୀଟ ପତଙ୍ଗାଦି

ହୋଇଥାନ୍ତି ଅସଂଖ୍ୟ ଜନମ

ଦୀପ ର ଆଲୋକେ ଆକର୍ଷିତ ହୋଇ

ନାଶ ହୋଇଥାନ୍ତି ସେମାନେ ଜାଣ।


ଧରମ ମାସରେ ପୂର୍ବପୁରୁଷ ଙ୍କୁ

କରାଯାଏ ସେଦିନ ଆବାହନ

ଆତ୍ମା ର ମୂକତି ନିମିତ୍ତ ସେଦିନ

କରାଯାଇଥାଏ ତ ପିଣ୍ଡଦାନ।


ପ୍ରଥା ପରମ୍ପରା ଆମର ସଂସ୍କୃତି

ସାରା ସଂସାର ରେ ଅଟେ ମହାନ

ଏକାଠି ହୋଇଣ ଖୁସି ମନେ ସର୍ବେ

କରିଥାଉ ଆମେ ପର୍ବ ପାଳନ।


Rate this content
Log in

Similar oriya poem from Abstract