STORYMIRROR

Prabhat Dash

Romance

3  

Prabhat Dash

Romance

ଯୌବନ

ଯୌବନ

1 min
162

ମହାକାଳ ଫଳ ଟିଏ ପରି ଲାଲ୍ ଟହଟହ

ଉପରକୁ ଅତୀବ ସୁନ୍ଦର

ଭିତରଟା ପୋଡ଼ା ଅଙ୍ଗାର।

କ୍ଷଣସ୍ଥାୟୀ ଯୌବନ ର ଭାରାରେ ଆକ୍ତାମାକ୍ତା ମନୁଷ୍ୟ

ନିଜକୁ ବେପଥଗାମୀ କରାଇବାର ଭାବପ୍ରବଣତା

ଶିଉଳି ରେ ଗୋଡ଼ ଦେବାର ଅଦମ୍ୟ ଆକାଙ୍କ୍ଷା

ଆଗକୁ ଆଗକୁ ମାଡ଼ି ଚାଲିବାର ଅଦମ୍ୟ ପ୍ରୟାସ

ଅନ୍ୟକୁ ପଦଦଳିତ କରି ଯିବାର ଦୁର୍ବାର ଆଗ୍ରହ।

ଆଃ ଯୌବନ!

ହୋଇଥାନ୍ତୁ ଚୀର ସ୍ଥାୟୀ ହେଲେ

ଛୁଇଁ ପାରନ୍ତୁ ଉତ୍ତୁଙ୍ଗ ହିମାଳୟ କୁ

ଲଙ୍ଘିପାରନ୍ତୁ ସାଗର କୁ ଆକାଶ ର ବୁକୁ ଚିରି

ମାଡିଯାଆନ୍ତୁ ଲକ୍ଷ୍ୟ ପଥରେ

ଚିତ୍ରିତ ଚିତ୍ରଲେଖା ପରି।

ରାତିଏ ନାଟକର ନାୟିକା ପରି

କ୍ଷଣସ୍ଥାୟୀ ତୁ

ଅଳ୍ପାୟୁଷ ତୋର

ଏତେ ଦମ୍ଭ କ'ଣ ପାଇଁ

କାହାପାଇଁ ତୋର ଏ ଅହମିକା।

ନିର୍ମଳ ଦସ୍ତାବିଜ୍ ର

ସ୍ଵାକ୍ଷର ବନିଯା ତୁ

ଫେରିଆ ତୋର ପାରିଲା ପଣକୁ

ମିଷ୍ଟ ପକ୍ୱ ସମ ସ୍ଵାଦ ବାଣ୍ଟିଯା ତୁ

ରଚିଯାଆ ନୂଆ ଇତିହାସ

ଦରୋଟି ଓଷ୍ଠରେ ତୋ ଲାଗି ଫୁଟୁ ଧାରେ ହସ

ମଳିନ ଆଖିରେ ଜାଗୁ ଚିକ୍ ମିକ୍ ସ୍ୱପ୍ନ

ଭାବାବେଗେ ପରିପୂର୍ଣ୍ଣ କରିଦେ ଧରାକୁ

ଖୁସି ର ଫୁଆରା ଖେଳୁ ଏ ସାରା ମହୀରେ

ଧନ୍ୟ ହେବୁ ଥିବୁ ଯେତେ କାଳ

କର୍ମେ ହୁଅ ମହୀୟାନ ତୁହି

ରେ ଯୌବନ,ଥା ପଛେ କିଛି କାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance