ମୁଁ ହୃଦୟ
ମୁଁ ହୃଦୟ


ଶୈଶବ ର ରୂପାୟନ ପାଇ ,
ଧୂଳି ସରି ଘୂରିବୁୁୁଲେ,
ପାଣି, ପବନ, ଗଛ, ପତ୍ର, ଡାଳ,
ପୁଣି ରାସ୍ତାଘାଟ ନଦ ନଦୀ ଦେଇ,
ବିନା ପ୍ରତିବାଦ, ବିନା ପ୍ରତିଘାତରେ,
ଶୁଦ୍ଧ ନିିିିିର୍ମଳ, କୋମଳ କାୟାର,
ପ୍ରତିବିମ୍ବ ଧାରି ସାଜି ,
ନିଷ୍କପଟତା, ସରଳତାର ମାନକୁ ବର୍ଦ୍ଧିତ କରାଇ ।
କୈଶୋରର ଯାତ୍ରା ପ୍ରାରମ୍ଭେ ,
ବଦଳିବାକୁ ଲାଗେ ମୋ ଛବି,
ଦୃଢ଼ ହବାକୁ ଲାଗେ ସ୍ପନ୍ଦନ , ତା ସ୍ମରଣ,
ଇତିବୃତି ର ସ୍ଥାନାନ୍ତରଣ ହୁଏ ଧୂଳିରୁ ବାଲିକୁ,
ପରିବାର, ପରିବେଶ, ସମ୍ପର୍କର ଆକଟ ଆକଳନ ସାଥେ,
ମାର୍ଜିତ କରିବାକୁ ଲାଗେ ନିଜ ଚାଲି ଚଳଣିର ପରିଭାଷା,
ବୁଝିବାକୁ ଲାଗେ ନିଜକୁ ,ନିିଜ କ୍ଷମତା ଆଉ ଦକ୍ଷତାକୁ।
ଯଉବନର ସୋପାନ ଦେଇ ,
ଉର୍ଦ୍ଧପଥଗାମୀ ହେଲାବେଳେ,
ମୁଁ ପାଲଟିବାକୁ ଲାଗେ ଶକ୍ତ, ଶଷକ୍ତ ପାଷାଣ,
ଦୁନିଆର ଦୃଢରୁ ଦୃୃୃୃଢତର ପ୍ରହାରକୁୁୁ ,
ଅଣଦେଖା ,ଅଣଶୁଣା କରିଚାଲେ,
ସଫଳତାର ଦିଗେ କିଛି ପାଇବାର ସ୍ୱପ୍ନ ନେଇ ।
ବୃଦ୍ଧାବସ୍ଥାର ଆସର ପାଇ,
ପୁନର୍ବାର ରୂପାନ୍ତରିତ ହବାକୁ ଲାଗେ ମୋ ଅସ୍ତିତ୍ବ,
ଦୁନିଆର ଆକ୍ରାମତ୍ମକ ପ୍ରହାରରେ ,
ଭାଙ୍ଗି ରୁଜି ଚୁରମାର ହେଇ,
ମୁଁ ହଯିଯାଏ ମାଟି ବାଲି ଗୋଡି ସଙ୍ଗେ,
ଅବା ପାଲଟିଯାଏ ପ୍ରକାଣ୍ଡ ପର୍ବତ ଟେ,
ଯାହା ଭିତରେ ଅପସରି ଯାଏ କେତେ ଯେ ବେଦନା ।
ମୁଁ ହୃଦୟ, କେତେ ରୂପ କେତେ ରଙ୍ଗ ମୋର,
କେତେ ଯେ ଆକଳନ ମୋ ଅସ୍ତିତ୍ବର,
ମୋ ପରିଚୟର ପରିଭାଷା ଅତିିରୁ ଅତିବ ଜଟିଳ,
ଯେତେ ବୁଝିଲେବି ,
ଅବୁଝା ଲାଗେ ଦିଗ ମୋ ଗତିିିପଥର।