STORYMIRROR

Manaswinee Dash

Abstract

3  

Manaswinee Dash

Abstract

ମୋ ମୋବାଇଲ

ମୋ ମୋବାଇଲ

1 min
128

ହାଏରେ ମୋ ମୋବାଇଲ, 

ଆଜିକାଲି ତୁମେ ଜରୁରୀ ବୋଲାଇଲ,

କଉଠି ତୁମ କୁ ଲୋଡା ନାହିଁ କହିଲ, 

ସବୁଠାରେ ତୁମେ ଟ୍ରିଂ ଟ୍ରିଂ ବାଜିଲ , 

ହାଏରେ ମୋ ମୋବାଇଲ। 


ତୁମେ ତ ବନ୍ଧୁ ପରିବାର ଠୁ ଅନ୍ତରର ହୋଇ ରହିଲ, 

ସବୁ କ୍ଷେତ୍ରେ ତୁମେ ବ୍ଯବହାର ହେଲ, 

କରୋନା ସମୟରେ ତୁମେ ଶିକ୍ଷକ ସାଜିଲ, 

କେବେ ବ୍ୟାଙ୍କ, କେବ ଟେଲିଭିଜନ, 

କେବେ ଖବର ଆଣିଲ କେବେ ଗୀତ ବୋଲିଲ,

ଫଟୋ ଉଠାଇଲ, ଗଣିତ କଷିଲ,

ପାହାନ୍ତିଆ ଡାକ ଦେଲ, 

ହାଏରେ ମୋ ମୋବାଇଲ। 


ଦୂରତା କମାଇ ସଂପର୍କ ବଢାଇଲ,

ମନେ ପକାଇବା ଲୋକକୁ ଦୋଖେଇଯେ ଦେଲ, 

କଥା କରାଇଲ, 

ସବୁ ଭଲ ଖରାପ ମିଶିକି ରଖିଲ, 

ବ୍ଯବହାର କରିବା ଲୋକ ଉପରେ ସବୁ ରଖିଲ, 

ହାଏରେ ମୋ ମୋବାଇଲ। 


Rate this content
Log in

Similar oriya poem from Abstract