ପ୍ରଭୂ ତୁମେ ଭରସା
ପ୍ରଭୂ ତୁମେ ଭରସା
ଦଗ୍ଧିଭୂତ ପ୍ରାଣ ପାଅଇ କଷଣ
ସଂସାରି ହୋଇକି ଏଠି
ଘୋର ମୋହ ମାୟା ଜଳେ ମୋର କାୟା
କି ବିଚିତ୍ର ଏହି ସୃଷ୍ଟି?
କେତେ ଯେ ବିପତ୍ତି ହୁଅଇ ଉତ୍ପତ୍ତି
କେହି ବୁଝି ପାରନ୍ତିନି
ଅଚିହ୍ନା ବେମାରି କାହୁଁ ଆସେ ଚଳି
କେହି ନ'ପାରନ୍ତି ଜାଣି।
ଦ୍ଵାପର ଯୁଗରେ କୋକୁଆ ଡରରେ
ଛାନିଆ ହୋଇଲେ ସର୍ବେ
ଏ କଳି କାଳରେ ବଡ଼ ପ୍ରମାଦରେ
କୋରନା ମାଡିଲା ଭବେ।
ରକ୍ଷା କର ବୋଲି ପଡୁଅଛି ହୁରି
ଚାରି ଦିଗେ ହାହାକାର
ସୂରୁଜ ଉଇଁବ ସିନ୍ଦୁରା ଫାଟିବ
ରଖିବ ହେ ଚକ୍ରଧର।
ଅଧର୍ମ ଅନିତି ବଢୁଅଛି ନିତି
ଅସହ୍ୟ ହେଉଛି ଧରା
ମନ ଜଳୁଅଛି ଭୀତି ତେଜୁଅଛି
ପ୍ରାଣ ହୁଏ ଦିଗହରା।
ଆହେ ମହାବାହୁ ମେଲି ଅଛ ବାହୁ
ହୁଅନି ଆଉ ପଥର
ତୁମେ ଅବତାରି ଦିଅ ହେ ଉଦ୍ଧରି
ରଖ ଏ ସୁନା ସଂସାର।