STORYMIRROR

Tapaswini DashSarangi

Abstract

3  

Tapaswini DashSarangi

Abstract

ପ୍ରଭୂ ତୁମେ ଭରସା

ପ୍ରଭୂ ତୁମେ ଭରସା

1 min
214

ଦଗ୍ଧିଭୂତ ପ୍ରାଣ ପାଅଇ କଷଣ

           ସଂସାରି ହୋଇକି ଏଠି

ଘୋର ମୋହ ମାୟା ଜଳେ ମୋର କାୟା

           କି ବିଚିତ୍ର ଏହି ସୃଷ୍ଟି?

କେତେ ଯେ ବିପତ୍ତି ହୁଅଇ ଉତ୍ପତ୍ତି

          କେହି ବୁଝି ପାରନ୍ତିନି

ଅଚିହ୍ନା ବେମାରି କାହୁଁ ଆସେ ଚଳି

          କେହି ନ'ପାରନ୍ତି ଜାଣି।

ଦ୍ଵାପର ଯୁଗରେ କୋକୁଆ ଡରରେ

          ଛାନିଆ ହୋଇଲେ ସର୍ବେ

ଏ କଳି କାଳରେ ବଡ଼ ପ୍ରମାଦରେ

          କୋରନା ମାଡିଲା ଭବେ।

ରକ୍ଷା କର ବୋଲି ପଡୁଅଛି ହୁରି

          ଚାରି ଦିଗେ ହାହାକାର

ସୂରୁଜ ଉଇଁବ ସିନ୍ଦୁରା ଫାଟିବ

         ରଖିବ ହେ ଚକ୍ରଧର।

ଅଧର୍ମ ଅନିତି ବଢୁଅଛି ନିତି

         ଅସହ୍ୟ ହେଉଛି ଧରା

ମନ ଜଳୁଅଛି ଭୀତି ତେଜୁଅଛି

         ପ୍ରାଣ ହୁଏ ଦିଗହରା।

ଆହେ ମହାବାହୁ ମେଲି ଅଛ ବାହୁ

          ହୁଅନି ଆଉ ପଥର

ତୁମେ ଅବତାରି ଦିଅ ହେ ଉଦ୍ଧରି

          ରଖ ଏ ସୁନା ସଂସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract