STORYMIRROR

SUJATA DAS

Abstract

4  

SUJATA DAS

Abstract

ମହକ

ମହକ

1 min
394

 ଭାବନା ସମୁଦ୍ରେ 

   ମୁକୁତାଟେ ତୁମେ 

    ଝଟକୁଚ ନିତି 

     ମନର ଶାମୁକା ଖୋଲି, 

 ମନ ସରସୀରେ 

   କୁମୁଦ ଗୋ ତୁମେ 

    ମହକୁଛ ନିତି 

      ଭାବ ତରଙ୍ଗ ରେ ଝୁଲି ।


 ପ୍ରୀତି ଆକାଶରେ 

   ତୋଫା ଜହ୍ନ ଟିଏ 

    ଜୋଛନା ଝରାଅ 

     ଆତ୍ମାକୁ ଭିଜାଇ ମୋର, 

 ସ୍ବପ୍ନ ବଗିଚାରେ 

    ଚନ୍ଦ୍ରମଲ୍ଲୀ ତୁମେ 

     ମହକି ବାସୁଛ

      ଛୁଇଁ ତନୁମନ ମୋର ।


 ପରୀ ରାଇଜର 

   ଯାଦୁଗର ସାଜି 

    କାଉଁରୀ ପରଶେ 

      ବାନ୍ଧିଛ ମମତା ଦେଇ, 

 ହୃଦୟ ଵୀଣାରେ 

   ମିଠା ରାଗିଣୀଟେ 

     ତୋଳିଛ ମହ୍ଲାର 

       ଅନ୍ତର ଆତ୍ମାକୁ ଛୁଇଁ ।


 ମନ ଆଇନାରେ 

   ତୁମ ପ୍ରତିଛବି 

     ପ୍ରୀତି ପୁଷ୍ପେ ଭରା 

      ବାସୁ ଥାଏ ମହ ମହ, 

 ତୁମରି ବାସ୍ନା ରେ 

    ବାସୁଛି ହୃଦୟ 

      ମହକୁଛି ମନ 

        ମହକି ଯାଏ ବି ଦେହ ।


Rate this content
Log in

Similar oriya poem from Abstract