STORYMIRROR

Jyostna mishra

Abstract

4  

Jyostna mishra

Abstract

ଏମିତି ବି ହୁଏ

ଏମିତି ବି ହୁଏ

1 min
305


ରୂପା ପରି ଚକ୍ ଚକ୍ ମୁହଁ କୁ ଦେଖିଲେ

ଜଣାପଡେ ଜମା ପ୍ରୀତି ନାହିଁ,

ଓଠର ଧାରରୁ ଟଣା ସରୁ ହସ

ଦେଖିଲେ ଲାଗେ ଖୁସି ନାହିଁ।


ଉଜୁଡା କ୍ଷେତରେ ଉଙ୍କି ମାରୁଥାଏ

 ଜୀବନ କାହାଣୀ,

ଲାଗେ ସତେ ଆଉ ମନ ନାହିଁ,

ବଣମଲ୍ଲୀ ମହକରେ 

ରକ୍ତ ହିଁ ଆତ୍ମୀୟତା

ଖୋଜେ ,ହେଲେ ;

ସୁଖ ମିଳେ ନାହିଁ।


ଅନୁରାଗରୁ ଆକର୍ଷଣ, ନିଆଁ ରୁ ପାଉଁଶ

ହେଲେ ସେଠି ବି ତ ଆଶ୍ରାନାହିଁ ।

ଅବସୋସ ଅବସାଦ ଭିତରେ ଛାତିରେ

କୋହ ରଖି ହସ,

ଲାଗେ ସତେ ଅବା ଦୁଃଖ ନାହିଁ ।


ସମ୍ପର୍କର ଅଡୁଆ ସୂତାରେ କେବେ

 ଫୁଲ ପୁଣି କଣ୍ଟା ହୁଏ

ଜଣାପଡେ ସେଠି ମୋହ ନାହିଁ ।

ମନ ଅଇନାରେ ବଞ୍ଚୁଥିବା

ଦରଦୀ ବନ୍ଧୁ ଙ୍କୁ ଦେଖିଲେ ,

ଲାଗେ ମାୟା ନାହିଁ ।


ବନ୍ଧୁ ପଣତରେ ବନ୍ଧୁତା କୁ ଜାକି

ଦେଖେ ଯେ ହୃଦୟ ଜମା ନାହିଁ ।


ଗଜରା ହାରର ଫୁଲ ସବୁ ଦେଖି

ଲାଗେ କିବା ମୋର ଭାଗ୍ୟେ ନାହିଁ,

କେମିତି କହିବି ବନ୍ଧୁ ,

ନିଜର ଲାଗିଲ,

ଧୂଳିଖେଳ ପର ସ୍ବପ୍ନ ନାହିଁ ।



Rate this content
Log in

Similar oriya poem from Abstract