STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ତୁମେ ଦୀନବନ୍ଧୁ

ତୁମେ ଦୀନବନ୍ଧୁ

1 min
365


  ତୁମେ ଦୀନବନ୍ଧୁ ତୁମେ କୃପାସିନ୍ଧୁ

  ତୁମେ ଭାବର ଠାକୁର

  ତୁମେ ଜଗବନ୍ଧୁ ତୁମେ ଜଗତ ବନ୍ଧୁ

  ତୁମେ ପ୍ରଭୁ ନୀଳକନ୍ଦରିଆ ନିରାକାର

  ତୁମେ ଅଣାକାର ତୁମେ ସର୍ବାକାର

  ତୁମେ ହିଁ ଏ ଭବେ ଭାବ ଭକ୍ତିର ଠାକୁର

  ଭାବେ ବନ୍ଧା ତୁମେ 

  ତୁମେ ଭାବର ସାଗର

  ତୁମେ ଦୀନବନ୍ଧୁ ତୁମେ କୃପାସିନ୍ଧୁ

  ତୁମେ ଭାବର ଠାକୁର ।


  ତୁମେ ଦୀନକୃଷ୍ଣ

  ଦୀନ ହୀନ ଙ୍କ ଦୂର କର କଷ୍ଟ

  ଜାଣିଛି ଜଗତ ତୁମ ବଡପଣ

  ତୁମେ ସତ୍ୟ ଶିବ ତୁମେ ସୁନ୍ଦର

  ଆସ୍ତିକ ନାସ୍ତିକ ସଭିଏଁ ତୁମର

  ଶରଣ ଦିଅ ପ୍ରଭୁ ତୁମେ

  ଦୀନ ଜନଙ୍କର

  ସେ ପାଇଁ ପ୍ରଭୁ ହେ

  ତୁମେ ଦୀନବନ୍ଧୁ ତୁମେ କୃପାସିନ୍ଧୁ

  ତୁମେ ଭାବର ଠାକୁର ।


  କୃପା କର ବୋଲି ତୁମେ କୃପାସିନ୍ଧୁ

  ତୁମରି କୃପାରୁ ସୃଷ୍ଟି ଏ ଜୀବ ଜଗତର

  ତୁମେ ପ୍ରଭୁ ଜୀବ ତୁମେ ହିଁ ପରମ

  କାରଣ ଅଟ ତ ତୁମେ ହିଁ ସବୁର

  ଭାଗ୍ୟ ଭଗବାନ ଅଟେ 

  ସବୁ ଭିଆଣ ତୁମର

  ବିଶ୍ଵର କଲ୍ୟାଣ 

  ନେଇଥାଅ ପ୍ରଭୁ ତୁମେ ବିଶ୍ଵ ଜନ ମନ

  ପ୍ରଭୁ ହେ ନିର୍ବାଣ ପ୍ରାପ୍ତିର 

  ତୁମେ ହିଁ କାରଣ

  ତୁମେ ଶାନ୍ତି ତୁମେ ମୁକ୍ତି

  ତୁମେ ଇଛା ଯୋଗୁଁ

  ଚଳେ ସଂସାର

  ତୁମେ ଦୀନବନ୍ଧୁ ତୁମେ କୃପାସିନ୍ଧୁ

  ତୁମେ ଭାବର ଠାକୁର ।


Rate this content
Log in

Similar oriya poem from Abstract