କିଏ କୁହେ ମୋତେ
କିଏ କୁହେ ମୋତେ
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
କିଏ କୁହେ ମୋତେ ଇସଲାମ୍
ମୁଁ ମଣିଷ ମାନବିକତା ମୋ ଧର୍ମ।
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
ଜାତି ଜାତୀୟତା ମୋ ଧର୍ମ
ବୁଝେନି ମୁଁ ଧର୍ମ ବୁଝେନି ମୁଁ କର୍ମ
ମାନବିକତା ମାନବବାଦ ମୋ ମର୍ମ ।
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
କିଏ କୁହେ ମୋତେ ଜୈନ ବୌଦ୍ଧ
ମୁଁ ମଣିଷ ମାନବିକତା
ବିଶ୍ଵାସ କରେ ମୁଁ ମାନବବାଦ ।
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
ମୁଁ ବୁଝିଛି ମାନବ ହିଁ ମୋ ବନ୍ଧୁ
ନୀତି ନୈତିକତା ରେ
ପାର ହେବାକୁ ଚାହେଁ
ଏ ସମାଜ ରୂପକ ସିନ୍ଧୁ ।
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
ମୁଁ ସମସ୍ତଙ୍କୁ ଭାବେ ମୋ ବନ୍ଧୁ
ମୁଁ ଭାବେ ସମସ୍ତଙ୍କୁ
ମୋ ଜୀବନ ଜୀବିକା ର ପ୍ରାଣ ବିନ୍ଦୁ
ସବୁରି ରକ୍ତ ସବୁରି ମତ
ମୋ ପାଇଁ ଆଶୀର୍ବାଦ ସଦୃଶ
ବଞ୍ଚିବାର ସମସ୍ତେ
ମୋ ପାଇଁ ଅଟନ୍ତି ପୂର୍ଣ୍ଣ ଇନ୍ଦୁ ।
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
ମୁଁ ଜାଣେନା ମୋ ଜାତି ଧର୍ମ ବର୍ଣ୍ଣ
ମୁଁ ମାନବ ବାଦର ମହା ବିନ୍ଦୁ
ମୁଁ ବିଶ୍ଵାସ କରେ ମଣିଷ ପଣିଆରେ
ମାନବିକତା ହିଁ ମୋର ଜୀବନର ଶ୍ରେଷ୍ଠ ବନ୍ଧୁ
ମାନବାଦ ରେ ବିଶ୍ବାସୀ ମୁଁ
ମାନବ ବାଦର ମୁଁ ଶ୍ରେଷ୍ଠ ବନ୍ଧୁ ।
ବୁଝେନା ମୁଁ ଧର୍ମ
ବୁଝେନା ମୁଁ ଜାତି ସମ୍ପ୍ରଦାୟର ମୁଁ
କିଏ କୁହେ ମୋତେ ହିନ୍ଦୁ ହିନ୍ଦୁ
ମୁଁ ମଣିଷ ମୁଁ ମଣିଷ
ମାନବିକତା ମାନବବାଦ ହିଁ
ମୋ ଜୀବନର ଶ୍ରେଷ୍ଠ ବନ୍ଧୁ।
