ପାଞ୍ଚଟି କବିତା
ପାଞ୍ଚଟି କବିତା
-ମାଆ-
ଯିଏ ତା' ଜୀବନ ତୁଚ୍ଛ ମଣିକରି
ଆଲୋକ ପାଣି ପବନ
ଦେଖାଇ ଚାଲିଛି ସଂସାର ହାଟରେ
ପାଇ ଦୁଃଖ ଘନଘନ।
ସନ୍ତାନ ପାଖେ ଯା'ମନ
ସେହି ମାଆ ଅଟେ ସର୍ବଂସହା ମହୀ
ନିଜର ନ କରି ଧ୍ଯାନ।
-ମହାଲକ୍ଷ୍ମୀ-
ସକାଳରୁ ସଞ୍ଜ ନିତି ଗରଗର
ବୁଝେନି ପତ୍ନୀ କା' କଥା
ସଦାବେଳେ ତୁଣ୍ଡୁ ଝଞ୍ଜା ବୋହିବାରୁ
ସଭିଙ୍କ ଦୃଦୟ ବ୍ଯଥା
ଆଜି କିନ୍ତୁ ନିଜ ମଥା
ନୁଆଇଁ ଲକ୍ଷ୍ମୀଙ୍କ ପାଦେ ସମର୍ପଣ
ଗାଉଛି ଧର୍ମର ଗାଥା।
-ଦିଗହରା ପଥିକ-
ଜନମ କାଳରୁ ହଜାଇ ସାରିଛି
ବାପା ଓ ମାଆଙ୍କୁ ମୋର
ଅନାଥାଶ୍ରମରେ ବଢି଼ଲେ କି ହେବ
ଜୀବନ ହେଲାଣି ଘୋର
ଦିଗହରା ପଥିକର
ଭ୍ରମୁଅଛି ଆଜି ପାଗଳ ସମାନ
ଆଖିରୁ ବୁହାଇ ଝର।
-ବାପା-
ବାପାଙ୍କର ଆମେ ଛଅ ଜଣ ପୁଅ
ସଭିଏଁ ବିଦେଶ ଗଲୁ
ନିଜର ପତ୍ନୀକୁ ପାଖରେ ରଖିକି
ବାପାଙ୍କୁ ପୂରା ଭୁଲିଲୁ
ଗାଆଁରେ ବାପାକୁ ଛାଡି଼ଲୁ
ଅଭିଶାପ ଅବା ମନ୍ଦ କଥାପଦେ
କେବେ ନ ଜୀବନେ ପାଇଲୁ?
-ସମୟ-
ସମୟ ଖେଳକୁ କିଏ ବା ଟାଳିବ
ଏହି ଏ ମରତ ପୁରେ
ଯିଏ ଆତଯାତ ପ୍ରତିଟି କ୍ଷଣରେ
ବହିଥାଏ ବାରବାର
କୋଟିଏ ତାଙ୍କୁ ଜୁହାର
ସମୟ କହିବ କରମର ଫଳ
ସରଗ ନା ନରକର?
