STORYMIRROR

Lata Behera

Abstract

4  

Lata Behera

Abstract

ସନ୍ଧ୍ୟା

ସନ୍ଧ୍ୟା

1 min
216


ଧୀରେ ଧୀରେ ଦିନ ଚାଲି ଗଲା ପରେ 

    ସୂର୍ଯ୍ୟ ଅସ୍ତ ହେଇଯାଏ

ପଶ୍ଚିମ ଆକାଶ ଲାଲ୍ ଟକ ଟକ

    ଲୋହିତ ବରନ ହୁଏ ।


ସନ୍ଧ୍ୟା ଆସିଗଲା ସନ୍ଧ୍ୟା ଆସିଗଲା 

     ଧରିତ୍ରୀ ଉଠଇ ଜାଗି

ପକ୍ଷୀମାନେ କୋଳାହଳ ଶଦ୍ଦ କରି

     ଉଡିଯାନ୍ତି ବେଗି ବେଗି ।


ଗୋରୁପଲ ସବୁ ହମ୍ବାରଡି ଦେଇ

    ଗୁହାଳକୁ ବାହୁଡନ୍ତି

ଦୂର ଦେଶାନ୍ତରୁ କର୍ମରୁ ମାନବ

    ନିଜ ଘରକୁ ଫେରନ୍ତି ।


ପିଲାମାନଙ୍କର ଖେଳ ସରି ଯାଏ

    ଘରକୁ ଆସନ୍ତି ଫେରି

ଗୋଡ ହାତ ଧୋଇ କରନ୍ତି ପ୍ରାର୍ଥନା 

    ମନରେ ଭକତି ଭରି ।


ପଶ୍ଚିମ ଆକାଶ ଅତି ଲୋଭନୀୟ 

   ଆଖି ଲାଖି ଯାଉ ଥାଏ 

ପାଖ ମନ୍ଦିରରୁ ସନ୍ଧ୍ୟା ଆଳତୀର

    ଶଙ୍ଖ ଘଣ୍ଟ ଶୁଭା ଯାଏ ।


ତୁଳସୀ ଚଉରା ମୂଳେ କୁଳବଧୂ 

    ଜାଳୁ ଥାନ୍ତି ସଞ୍ଜବତୀ 

ସନ୍ଧ୍ୟା ଆକାଶର ସନ୍ଧ୍ୟା ତାରା ହସି

    ସ୍ୱାଗତ କରେ ଧରିତ୍ରୀ ।


ଜହ୍ନ ପାଖେ ପାଖେ ସନ୍ଧ୍ୟା ତାରା ଥାଏ

   ଲାଗୁଥାଏ କେତେ ଶାନ୍ତି

କ୍ଷଣସ୍ଥାୟୀ ପାଇଁ ହେଉ ପଛେ ଇଏ

   ଦିଶେ ଅପରୂପା କାନ୍ତି ।


ଶାନ୍ତିର ସମୟ ଏ ସନ୍ଧ୍ୟା ଆକାଶ

    ତାକୁ ବା ଭୁଲିବ କିଏ

ଶ୍ରଦ୍ଧା ଭକ୍ତି ଭାବ ହୃଦୟେ ଭରଇ

   ଜଗତର ବନ୍ଧୁ ସିଏ ।


ଗହଳ ଚହଳ ନୀରବି ଯାଅଇ

    ଶାନ୍ତିର ପ୍ରତୀକ ଇଏ

ଅନେକ ସ୍ମୃତି ସେ ଦିଏ ଅନୁଭୂତି 

   ଏ ସନ୍ଧ୍ୟା ଭୁଲେ ବା କିଏ ?  



Rate this content
Log in

Similar oriya poem from Abstract