STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବନ୍ଧୁତା

ବନ୍ଧୁତା

1 min
318


ବନ୍ଧୁତା ମିତ୍ରତା ସର୍ବୋପରି ଭବେ

ବିଶ୍ୱାସ ଟି ଦୁହିଁଙ୍କର,

ମିତ୍ରସଙ୍ଗେସଙ୍ଗେ ଛୋଟଭାଇଯହିଁ

ଅଟେଟି ସମ ବିଚାର।


ଗାଆଁ ମାତୃଭାଷା ପାଇଁ ସମର୍ପଣ

କିପରି ଉନ୍ନତି ହେଉ

ପ୍ରୟାସ ତାଙ୍କର ମନ ପ୍ରାଣ ଦେଇ

ସାର୍ଥକ କିପରି ହେଉ।


ଧର୍ମସ୍ଥାନ ସବୁ ଥାଉ ସୁରକ୍ଷିତ

ସୁସଜ୍ଜିତ ରହି ଥାଉ,

ଗୁଞ୍ଜୁ ଚିରନ୍ତନ ରାଧାକୃଷ୍ଣ ନାମ

ହୃଦୟରେ ଗାଉ ଥାଉ।


ରାସ୍ତାଘାଟ ସବୁ ସୁସଜ୍ଜିତ ହେଉ

କର୍ମ ହେଉ ମହା ମନ୍ତ୍ର,

ଆତ୍ମନିର୍ଭର ଟି ହୁଅନ୍ତୁ ସମସ୍ତେ

ବିଶ୍ୱାସ ହେଉରେ ମନ୍ତ୍ର।


ଏକତ୍ରିତ ପାଇଁ ସର୍ବଦା ଚେଷ୍ଟିତ

ସଂଗଠନ ଗୋଟେ ରହୁ,

ଯୁବା ଓ ଯୁବତୀ କର୍ତ୍ତବ୍ୟ ବୁଝନ୍ତୁ

ସତ୍ୟ ବାଟେ ଗାଆଁ ରହୁ।


କବିତାଟିନୁହେଁ ଅଟେନୀତିଶାସ୍ତ୍ର

କର୍ମ କରିବାକୁ ହେବ,

କର୍ମଜ୍ଞାନ ବଡ଼ ମନୁଷ୍ୟଜୀବନେ

ଗଣ୍ଠି ବାନ୍ଧିବାକୁ ହେବ।


ଭାଷାରଉନ୍ନତି ହେବଯେବେଭାଇ

ଗାଆଁର ଉନ୍ନତି ହେବ,

ଗାଆଁର ଉନ୍ନତି ରାଷ୍ଟ୍ରର ଉନ୍ନତି

ରାଷ୍ଟ୍ର ବିଶ୍ବଗୁରୁ ହେବ।


ମନପ୍ରାଣ ରହୁ ଭାଷାର ରକ୍ଷାରେ

ଗାଆଁ ବିକାଶରେ ମନ,

ସମଭାବ ରହୁ ଜନ ଜନଙ୍କରେ

କର୍ତ୍ତବ୍ୟରେ ରହୁ ମନ।


ଡିଜିଟାଲ ଦ୍ବାରା ହେଉସବୁକାର୍ଯ୍ୟ

ଅମୃତ କାଳଟି ପରା,

ନୂଆଗୌରବଟି ଉଦୟ ଏବେରେ

ସମ୍ମାନ କରନ୍ତି ସାରା।


ସବୁସୁବିଧାରେ ପୂର୍ଣ୍ଣହେଉ ଗାଆଁ

ଗାଆଁର ଗୌରବ ହେଉ,

ରାଷ୍ଟ୍ରରଗୌରବ ତେବେହିଁବଢ଼ିବ

ଗାଆଁ ନିର୍ଭରଟି ହେଉ।


Rate this content
Log in

Similar oriya poem from Abstract