STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜୀବେଦୟା

ଜୀବେଦୟା

1 min
224


ମନୁଷ୍ୟ ଜୀବନ   କର୍ତ୍ତବ୍ୟେ ଜଡ଼ିତ

   ଜୀବେଦୟା ସର୍ବୋପରି,

ରହୁ ଦୟାଭାବ    ଜୀବଙ୍କର ପ୍ରତି

   ସେବାଟି ହେଉ ତାଙ୍କରି।


ତାଙ୍କ ଆବଶ୍ୟକ   ପୂରଣ କରିବା

   କୁହେ ଟି ଧର୍ମ ଆମର,

ବିମୁଖ ନହେବା ଜୀବନରେ କେବେ

  କରିବା ସେବା ତାଙ୍କର।


ଧର୍ମ କର୍ମ ପରା  ସେବାରେ ଜଡ଼ିତ

  ସେବାହିଁ ପରମ ଧର୍ମ,

କର ଜୀବସେବ  ପ୍ରେମ ଓ ଆଦରେ

   ଅଟେରେ ମନୁଷ୍ୟ ଧର୍ମ।


ଜୀବ ପ୍ରତି ଦୟା  କରିବା କର୍ତ୍ତବ୍ୟ

   ମନୁଷ୍ୟର ମୁଳ ଧର୍ମ,

ସେବା କରିବାଟା  ଅହରହ ଜୀବେ

   ସେହୁରେ ପରମ ଧର୍ମ।


ଶିକ୍ଷା ଦେବା ଜନେ କରୁ ଜୀବ ସେବା

  ମନୁଷ୍ୟ କର୍ତ୍ତବ୍ୟ ଯହିଁ,

ତେବେହିଁ ଟି ହେବେ ସୁରକ୍ଷିତ ଜୀବ

  ଦୟା ଜୀବେ ଥିବ ତହିଁ।


ହିନ୍ଦୁ ଧର୍ମପରା  କର୍ତ୍ତବ୍ୟେ ଜଡ଼ିତ

  ଧର୍ମ ସନାତନ ଆମ,

ବିଶ୍ବେ ଦିଏ ଶିକ୍ଷା  ସନାତନ ଧର୍ମ

   ବିଶ୍ବ ପରିବାର ଆମ।


ଜୀବଙ୍କ କଲ୍ୟାଣ  କରିବାଟା ଧର୍ମ

  ଦିଏ ଶିକ୍ଷା ହିନ୍ଦୁ ଶାସ୍ତ୍ର,

ସେବା ଓ ସୁତୁରା କରିବା ତାଙ୍କରେ

   ଏହୁ ସନାତନ ଶାସ୍ତ୍ର।


ଜୀବପ୍ରତି ସେବା  ପ୍ରଭୁସେବା ପରା

   ଜ୍ଞାନୀ ହିଁ ତାହା ଜାଣିଛି,

କରୁଥାଏ ସେବା ପ୍ରେମ ଓ ଶ୍ରଦ୍ଧାରେ

   ସେବା ହିଁ ଧର୍ମ ଜାଣିଛି।


ଆସଭାଇ ଆସ  ହେବା ଏକତ୍ରିତ

   କରିବା ସେବାକୁ ଶ୍ରେଷ୍ଠ,

ଜନସେବା ହେଉ  ଅବା ଜୀବସେବା

   କର୍ତ୍ତବ୍ୟ କରିବା ଶ୍ରେଷ୍ଠ।


ଐଶ୍ୱରୀୟ ଶକ୍ତି  ହେବ ଆବିର୍ଭାବ

   ରାଷ୍ଟ୍ର ହେବ ବିଶ୍ବଗୁରୁ,

ଅମୃତ କାଳରେ  ବୈଭବରେ ପୂର୍ଣ୍ଣ

   ରାଷ୍ଟ୍ରର ଗୌରବ ସୁରୁ।


କର ଜୀବସେବା  ହୃଦେ ଗଣ୍ଠି ଧନ

  ମନୁଷ୍ୟ କର୍ମରେ ପରା,

ତେବେହିଁ ସାର୍ଥକ  ମନୁଷ୍ୟ ଜୀବନ

   ଜଗାଙ୍କ ବଚନ ପରା।


Rate this content
Log in

Similar oriya poem from Abstract