ନାହିଁ କିଛି ସ୍ବାର୍ଥ
ନାହିଁ କିଛି ସ୍ବାର୍ଥ
ଆମ୍ବ ଗଛ ପରା ଘରର ବାହାରେ
ଅତି ଶୁଭ ଅଟେ ଯହିଁ,
ପତ୍ର ଫଳ ତାର ପ୍ରଭୁଙ୍କ ପୂଜନେ
ହୁଏ ଆବଶ୍ୟକ ତହିଁ।
ସ୍ବାର୍ଥ ନାହିଁ ତାର ଅଜାଡି ଦିଏସେ
ନାହିଁ ବହିଷ୍କାର କାରେ,
ମହାଦାନୀ ଗଛ ଅଟେ ଆମ୍ବ ଗଛ
ଫଳ ପତ୍ର ଦାନ କରେ।
ଆମ୍ବପତ୍ର ବିନୁ ନହୁଏ ପୂଜନ
ପୂଜା ସ୍ଥାନେ ଦରକାର,
ଆମ୍ବପତ୍ର ଦେଇ ସ୍ଥାପନ ଘଟର
ପୂଜନେ ଟି ଅହରହ।
ପାଚିଲା ଆମ୍ବଟି ପ୍ରଭୁଙ୍କ ପୂଜନେ
ପ୍ରଭୁଙ୍କର ପ୍ରିୟ ଫଳ,
ପ୍ରଭୁଙ୍କ ସନ୍ତୁଷ୍ଟେ ପାଚିଲା ଆମ୍ବରେ
କେତେଉପଯୋଗୀ ଫଳ।
କେତେ ଉପଯୋଗୀ ଆମ୍ବ ଗଛ ଭାଇ
ଅଜାଡି ଦିଏ ଅନ୍ୟକୁ,
ଜନତା କଲ୍ୟାଣେ ସୃଷ୍ଟି ଟି ତାହାର
ଶିକ୍ଷା ଦିଏ ଜନତାକୁ।
ସନାତନ ଧର୍ମେ ଯେତିକି ପୂଜନ
ଆମ୍ବ ପତ୍ର ଦରକାର,
ପୂଜନ କାହିଁରେ ଆମ୍ବ ପତ୍ରବିନୁ
ସବୁକ୍ଷେତ୍ରେ ଦରକ
ଫଳ ଦିଏ ଗଛ ଅତି ହିଁ ସ୍ବାଦିଷ୍ଟ
ଫଳ ମଧ୍ୟେ ଶ୍ରେଷ୍ଠ ଭାଇ,
ଜନ ଜନ ପାଇଁ କରେ ଫଳଦାନ
ପରା ଆମ୍ବ ଗଛ ଭାଇ।
ସୁଗନ୍ଧ ତାହାର ଅତି ମନୋହର
ମନମୋହନ ଟି ପରା,
ଆନନ୍ଦିତ କରେ ଗୃହର ଜନଙ୍କୁ
ଥିଲେଟି ବାହାରେ ପରା।
ଶୁଭଯାତ୍ରା ହୁଏ ଦେଖିଲେ ବାହାରେ
ଶୁଭମୟ ହୁଏ ଦିନ,
ମନବାଞ୍ଛା ପୂର୍ଣ୍ଣ ଦୁଏଟି ଦର୍ଶନେ
କଟେଟି ଆନନ୍ଦ ଦିନ।
ଜଗନ୍ନାଥଙ୍କର ପ୍ରୀୟ ଆମ୍ବ ଫଳ
ପୂଜନେ ଅର୍ପିତ ହୁଏ,
ଆମ୍ବ ପତ୍ର ଭାଇ ଶୁଭକର୍ମେ ଯହିଁ
ଆମ୍ବ ତରଣ ଟି ହୁଏ।
