STORYMIRROR

Pareshchandra Das

Abstract

3  

Pareshchandra Das

Abstract

ଆମେ ଲଢ଼ିବା,ଆମେ ଜିତିବା

ଆମେ ଲଢ଼ିବା,ଆମେ ଜିତିବା

1 min
582


ମୃତ୍ୟୁର ତାଣ୍ଡବ  ସାରା ଜଗତରେ

   ମନେ କି ଅଛି ଆଉ ସୁଖ ।

ସୈନ୍ୟ ନାହିଁ ଏଠି ନାହିଁ ଗୁଳି ଗୋଳା

   ଲଢେଇ ବି ଚାଲିଛି ଦେଖ ।।


ଏମିତି ଲଢେଇ  ଅଦୃଶ୍ୟ ଭାବରେ

     କରିଛି ନଜର ବନ୍ଦୀ।

ଭୁଶୁଡ଼ି ଯାଉଛି    ଜୀବନ ପ୍ରବାହ

     ମୃତ୍ୟୁ ରେ ଦିଅଇ ଛନ୍ଦି ।।


ନିଷ୍ଠା ଏକାଗ୍ରତା   ବଳରେ ଜିତିବୁ

   ଗୁଳି ଗୋଳା ନାହିଁ ଲୋଡ଼ା ।

ବିଶ୍ୱାସ ଭରସା    ମନ ଆଣ୍ଟ କରି

   ଡେଇଁବୁ ଦୁର୍ଦିନ ବେଢ଼ା ।।


ସର୍ଵ ଶ୍ରେଷ୍ଠ ଜୀବ  ସ୍ରଷ୍ଟା ର ସୃଷ୍ଟିରେ

   ବିବେକ ଦେଇଛି ବଳି ।

ଥର କୁ ଥର ତ  ଜୈବ ଦୁର୍ବିପାକେ

    ଜୀବନ ଦେଇଛି ମଳି ।।


ବିଶ୍ୱ ଆଜି କାନ୍ଦେ  କାନ୍ଦେ ମାତୃଭୂମି

    ହରାଇ କେତେ ସନ୍ତାନ ।

ମୃତ୍ୟୁ ସୌଦାଗର ଅନ୍ତର ରେ ହସେ

   ଦେଖି ଆଉ କା କ୍ରନ୍ଦନ ।।


ଇତିହାସ କହେ   ଜିତିଛୁ ଲଢେଇ

    ଆଜିବି ଜିତିବୁ ଆମେ ।

ଆମରି ସଂସ୍କାର  ଆମରି ସଭ୍ୟତା

    ଜିତିବ ଏ ଧରାଧାମେ ।।।


ମୁନୀ ଋଷି ଦେଶ  ଏ ଭାରତ ବର୍ଷ

    ସଂଯମ ତାଙ୍କୁ ହିଁ ଜଣା ।

ଶୁଦ୍ଧ ପୂତ ଭାବ   ପରିଚ୍ଛନ୍ନତାରେ

    ଭୁତାଣୁ ହୋଇବ ବଣା ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract