ମୃତ ଜୀବନ
ମୃତ ଜୀବନ
ଜୀବନର କଷଟି ପଥରରେ ଘଷିମାଜି ହୋଇ
ନିଜର ଅସ୍ତିତ୍ଵକୁ ହରେଇ ବସେ
ମୃତ୍ୟୁକୁ ଆଲିଙ୍ଗନ କରିବାକୁ ଚାହେଁ
କିନ୍ତୁ ମୃତ୍ୟୁ ପଛଘୁଞ୍ଚା ଦିଏ ।
ଅନ୍ଧାର ମୁଲକକୁ ନିଜର କରିବାକୁ ଚାହେଁ
ପାଖକୁ ଅତି ପାଖକୁ ଚାଲିଯାଏ
ପଦ୍ମ ଘୁଞ୍ଚିବା ସମ ଆଲୋକ ପାଇ
ନୂତନ ସକାଳ ଜନ୍ମ ନିଏ ।
କାହିଁକି କେମିତି କେଜାଣି ଜାଣିପାରେନା
ବୁଦ୍ଧି ବିପରୀତ ବାମ ହୁଏ
ହାରିବାକୁ ଇଚ୍ଛା କରିବସେ ଯେବେ
ହାତ ପାହାନ୍ତାରେ ମିଳିଯାଏ ।
ଚାହେଁନି ଆଉ ବାନ୍ଧି ହେବାକୁ ବିଶ୍ଵାସରେ
ନିଃଶ୍ୱାସକୁ ଉର୍ଦ୍ଧ୍ଵମୁଖ କରିଯାଏ
ନିଜକୁ ନିଜେ ଘୃଣା କରି ନିଜକୁ ଦଣ୍ଡ
ଦେବାକୁ ସତବାର ଚେଷ୍ଟା କରେ ।
ବିଫଳତା ଜୀବନେ ଆଶାର କିରଣ
ଯେବେ ପ୍ରତିଭାତ ହୁଏ
ପ୍ରତି ମୁହୂର୍ତ୍ତ ବଞ୍ଚି ବଞ୍ଚି ମରିବାର
ମିଛ ଅଭିନୟ ଦେଖାଦିଏ ।
ନିଜ ଶବକୁ ନିଜେ ବୋହି ଚାଲେ
ଶେଷ ନିଃଶ୍ୱାସ ପାଉଁଶ ହେବା ଯାଏଁ
ଅପେକ୍ଷା କେବଳ ସେଇ ଶେଷ ଚିତା
ମୃତ୍ୟୁ ବେଳେ ଯାହା ଜଳିଥାଏ ।
