STORYMIRROR

Sasmita Behera

Abstract

3  

Sasmita Behera

Abstract

ପ୍ରୀତି ରାଗିଣୀ

ପ୍ରୀତି ରାଗିଣୀ

1 min
278


ଅୟୂତ ଫଗୁଣ ପାରିନି ରଙ୍ଗେଇ

ଆୟୁଷ ଯାଉଛି ସରି

ଆବେଗରେ ଭରା ପ୍ରୀତିର ରାଗିଣୀ 

ଆସିବକି ପ୍ରିୟ ଫେରି !! 


ଆୟୁଧ ମୋହର ତୁମ ଅନୁରକ୍ତି 

ଅସହ୍ୟ ହେଲାଣି ତାତି

ଅପୂର୍ବ କିଶୋର ଚନ୍ଦ୍ରଭାନୁ ସମ

ଅନୁକ୍ଷଣେ ତୁମ ବ୍ରତୀ !!


ଅଲୋଡା ଲାଗୁଛି ଏ ସାଜ ଶୃଙ୍ଗାର 

ଆତୁରେ ଝୁରେ ନୟନ

ଆଶ୍ଳେଷେ ତୁମର ହଜିଯିବା ଲାଗି

ଅଶ୍ରୁଧାରେ ନିବେଦନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract