STORYMIRROR

Sasmita Behera

Romance Tragedy

4  

Sasmita Behera

Romance Tragedy

ମନଚୋର

ମନଚୋର

1 min
315


ଇପ୍ସିତ ପସରା   ପ୍ରୀତି ଫଲ୍ଗୁଧାରା

   ମୋ ଆଖି ଅଞ୍ଜନ ତୁମେ

ଅର୍ଘ୍ୟ ଉପଚାର   ତୁମ ପ୍ରୀତିହାର

  ରାତ୍ରୀର ଆଶ୍ଳେଷେ ଝୁମେ ।। 


ହୃଦୟେ ସ୍ପନ୍ଦନ    ନୟନେ ସପନ

     ହୁଏ ସତତ ଅଧୀର

ମୋ ମନ ବନ୍ଧନ    କରିଛ ଲଙ୍ଘନ

   ତୁମେ ମୋର ମନ ଚୋର ।।


ତୁମ ସ୍ମିତହସ    ନିଭୃତ ପରଶ 

   ଉଦ୍ବେଳିତ କରେ ପ୍ରାଣ

ଅବ୍ୟକ୍ତ ସେ ତୃପ୍ତି  ନାହିଁ ଅଭିବ୍ୟକ୍ତି 

    ମନ୍ତ୍ରମୁଗ୍ଧ ଆକର୍ଷଣ ।।


ଅବୁଝା ଶ୍ରାବଣୀ   ତୁମ ପ୍ରେମେ ରାଣୀ

    ରକ୍ତଜବା ରଙ୍ଗ ମାଖି

ସପନ ବିଳାସେ   ଅବିରତ ବର୍ଷେ

   ପ୍ରିୟତମ ଚିତ୍ର ଦେଖି ।।


ପ୍ରୀତିରେ ବିଭୋର   ଶବ୍ଦ ଗୁଚ୍ଛ ମୋର

    ଅଳଙ୍କୃତ ତୁମ ନାମେ

ଅଦ୍ଭୁତ ଆବେଗ    ସମର୍ପଣ ଭାବ

   ପ୍ରବାହିତ ମର୍ମେ ମର୍ମେ ।।


କାହିଁ ଏ ଦୂରତ୍ୱ   କରେ ବ୍ୟତିବ୍ୟସ୍ତ 

    ପ୍ରିୟର ସାନ୍ନିଧ୍ୟ ଆଶେ

ସ୍ୱପ୍ନ ଅସୁମାରି    ବୁକୁ ଦିଏ ଚିରି 

   କାଳର କ୍ରୁରତା ଦଂଶେ ।।


ପ୍ରିୟତମ ଦୂରେ   ହୃଦୟ ଗୁମୁରେ

   ଲୁହ ତେଣୁ ଆପଣାର

ସ୍ମୃତିର ଆସର    କରଇ ଚିତ୍କାର 

    ବିଧିର ଏ କି ବିଚାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance