STORYMIRROR

Sasmita Behera

Tragedy

4  

Sasmita Behera

Tragedy

ବିଶ୍ବାସ

ବିଶ୍ବାସ

1 min
416


ଅପ୍ରକାଶିତ ସେ ଶବ୍ଦଗୁଚ୍ଛ ତୋର

କରୁଛନ୍ତି କାହିଁ ଏତେ ଆତୁର

ନିଃସ୍ବ ସଜେଇ ମୁରୁକି ହସୁଛୁ

ଆଖିରେ ଆଖିଏ ଲୁହର ଧାର ।। ୧।।


ଯନ୍ତ୍ରଣାସିକ୍ତ ରେଖାଟିଏ ମୁହିଁ 

ସାଇତିଛି ଖାଲି ବିଶ୍ୱାସ ମୋର

ଦୁନିଆର ସବୁ ଖୁସି ଫିକା ଲାଗେ

ଭୂଲିଗଲୁ ଆତ୍ମୀୟତା ତୋହର ।। ୨।।


ଜହ୍ନ ଆଲୁଅରେ ନିତି ଖୋଜୁଥାଏ 

ସ୍ମୃତି ଢେଉ କରେ ଶୋକେ ଅଧିର

ନିଃସଙ୍ଗତା ତୋର ହୁଏ ଦୁର୍ବିସହ 

ଚିତ୍ତ ଚିନ୍ତୁଥାଏ ତୋ ହତାଦର ।। ୩।।


ଶୂନ୍ୟତାର ସ୍ପର୍ଶ ଦେଲୁ କାହିଁପାଇଁ

ମଥାରେ ଦେଲୁ ମୋ କଳଙ୍କ ଗାର

ନୟନର ନୀରବତା ନ ବୁଝିଲୁ

ହୃଦୟେ ଭରିଲୁ ସ୍ମୃତି ଜହର ।। ୪।। 


ମାଗି ତ ନ ଥିଲି ତୋ ଖୁସିକୁ କେବେ 

ଥିଲା ଟିକେ ଆଶା ଭାବରେ ତୋର

ପ୍ରାଣର ସତ୍ତାକୁ ଉଖାଡି ଦେଇତୁ

ହେଉଅଛୁ କେଡେ ଆତ୍ମବିଭୋର ।।୫।।


ହସିଥିଲି କେବେ ସାଥେ ତୋର ବୋଲି

ଝରା ଶେଫାଳୀକୁ କରିଲୁ ପର

ରୁକ୍ଷତାକୁ ଭରି ହୃଦୟରେ ଆଜି 

ସମାଧି ତୋଳିଲୁ ମୋ ବିଶ୍ୱାସର ।। ୬।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy