Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Behera

Inspirational Thriller

3  

Sasmita Behera

Inspirational Thriller

ସ୍ବୀକାରୋକ୍ତି

ସ୍ବୀକାରୋକ୍ତି

1 min
272


ମୋ ଭାବନା ଉତ୍ସ  ହୁଅଇ ଆଶ୍ବସ୍ତ 

  ନଭ ଚୁମେ ମୋ' ଆକାଂକ୍ଷା 

 ତୁମ ମନ୍ତ୍ରମୁଗ୍ଧ  ଶବ୍ଦ କେଇପଦ

  ଅନ୍ତ କରେ ମୋ ପ୍ରତୀକ୍ଷା ।


ଅଧୀରେ ଅଧୀର  ମନ ସରୋବର 

   ଆନନ୍ଦାଶ୍ରୁ ଯାଏ ଝରି

ସ୍ମୃତିକୁ ଭିଜାଏ ସ୍ବୀକାରୋକ୍ତି ଗାଏ

   ପୂତପୟଃ ଅନ୍ତାକ୍ଷରୀ ।


ଚାରିଆଡେ ଖାଲି   ରଙ୍ଗର ମେଲଣ

    ରଙ୍ଗେ ରଙ୍ଗାୟିତ ମୁହଁ

କେମିତିକା ରଙ୍ଗ ବୋଳିଛ ମୋ ମନେ

    ସବୁ ଦିଶେ ତୁମମୟ ।


ସ୍ମୃତି ଖୋଜେ ଆଜି  ନୂଆ କିଛି ସ୍ମୃତି 

    ଅତୀତର ରେଖା ଡେଇଁ 

 ଫଗୁଣ ଅବିର   ଫିକା ଫିକା ସବୁ

    ଇପ୍ସିତର ବାଟ ଚାହିଁ ।


ଲକ୍ଷାଧିକ ଭିଡ  ନିତି ନୂଆ ମୋଡ

    ଅଚିହ୍ନା ଅଚିହ୍ନା ଆଖି

ଏହା ଧ୍ରୁବ ସତ୍ୟ  ତୁମେମୋ' ପ୍ରକାଶ

   ଅକୁଣ୍ଠେ ପାରିବି ଲେଖି ।


Rate this content
Log in

Similar oriya poem from Inspirational