ଅଚିନ୍ତନୀୟ ସେ ସୃଷ୍ଟି
ଅଚିନ୍ତନୀୟ ସେ ସୃଷ୍ଟି
ସର୍ବ ଶ୍ରେଷ୍ଠ ସୃଷ୍ଟି କରିଣ ବିଧାତା ଗଢିଲେ ମଣିଷ ଜାତି
ସବୁ ସୃଷ୍ଟି ଠାରୁ ସ୍ଵତନ୍ତ୍ରତା ଜ୍ଞାତା ମାନବେ ଅନେକ ବୁଦ୍ଧି ।।
ଅନ୍ୟ ସେ ଅନନ୍ୟ ହେତୁ ସ୍ଵତଃ ତାର ଅହଂ ଭାବ ହୃଦେ ଭରି
ସର୍ଜନା ତର୍ଜମା କରି ଈଶ୍ଵର ଙ୍କୁ ପ୍ରଶ୍ନ ପଚାରେ ଏଭଳି ।।
ସ୍ନେହେ ପ୍ରସାଧାନେ ଗୋଲାପେ ଆବେଗେ ଆଦରି ନେଲି ମୁଁ ଯାଇ
ମୋ' ପସନ୍ଦ ର ଗୋଲାପ ତରୁକୁ କଣ୍ଟକିତ କଲ କାହିଁ ।।
ମହୋଦଧି ଜଳେ ନୀଳ ବିଚି ମାଳେ ଫେନୀଳ ଲହରୀ ଖେଳ
ଦେଖିଣ ଆନନ୍ଦେ ଉତ୍ଫୁଲ୍ଲିତ ହେଲି ଲୁଣିଆ କଲ ସେ ଜଳ ।।
ଏମିତି ଅନେକ ପ୍ରକୃତି ବିଭବ ଦେଖି ସେ ହେଲା ମୋହିତ
ତଥାପି ତା ଅବଗୁଣ କୁ ବଖାଣି ପ୍ରଶ୍ନେ କଲା ଜର୍ଜରିତ ।।
ସର୍ଜନା ବିରୁଦ୍ଧେ ଅଭିଯୋଗ ଶୁଣି ଈଶ୍ଵର ବୋଲନ୍ତି ବାବୁ
ତୋହ ପରେ କେହି ଖୁସିତ ନୁହନ୍ତି କହ କେମିତି ବଞ୍ଚିବୁ ।।
ଈଶ୍ଵର ସୃଷ୍ଟି କୁ ତର୍ଜମା କରିତୁ ସବୁ ଠାରେ ଖାଲି ଖୁଣ
ଭଲ ବୋଲି କିଛି ନଦିଶିଲା ତୋତେ ଵାଛୁ ଯେତେ ଅବଗୁଣ ।।
ମଣିଷ କହିଲା ପ୍ରଭୁହେ ଏପରି ବୁଦ୍ଧିତ ଦେଇଛ ମୋତେ
ସେହି ବୁଦ୍ଧିବଳେ କହିଦିଏ ସିନା ଦେଖଇ ଯାହା ଜଗତେ ।।
ଈଶ୍ଵର ବୋଇଲେ ଆଜହୁଁ ତୋତେ ମୁଁ ବିବେକ କଲି ପ୍ରଦାନ
ବୁଦ୍ଧି ବିବେକ ରେ ମାର୍ଜିତ ହୋଇ ସଂସାରେ କର ତୁ କର୍ମ ।।
ନିଜ ଅବଗୁଣ ଦେଖି ନପାରି ରେ ଅନ୍ୟର ଖୁଣ ତୁ ଗାଉ
ନିଜ ଗୁଣ ଅନୁଭବେ ଅନ୍ୟ ଖୁଣ ଦେଖି ନପାରିବୁ ଆଉ ।।
ସେ ବିଚିତ୍ର କର୍ମା ମଣିଷ ଗଢିଲେ ବୁଦ୍ଧି ବିବେକ ବି ଦେଲେ
ଭୁଲି ଯାଉଅଛି ଏ ମଣିଷ ଜାତି ନିତ୍ୟ ଅପକର୍ମ କରେ ।।
କ୍ଷମାକର ପ୍ରଭୁ ଅଜ୍ଞାନୀ ମଣିଷ ଅବିବେକି ଯେତେ ନର
ମଣିଷ ନୁହଁନ୍ତି ସେସବୁ ରାକ୍ଷସ ଧନ୍ୟ ସର୍ଜନା ତୁମର
ଆସ ମହାପ୍ରଭୁ ଦାନବେ କର ସଂହାର ।।
