STORYMIRROR

Er.Sasanka Sekhar Panda

Abstract Others

3  

Er.Sasanka Sekhar Panda

Abstract Others

ଭଗ୍ନ କୋଣାର୍କ

ଭଗ୍ନ କୋଣାର୍କ

1 min
287

ଭଗ୍ନ କୋଣାର୍କର ନଗ୍ନ ଶିଳା ଦେହେ  

କେତେ ଯେ କାହାଣୀ ଲେଖା

ଏ ମାଟି ସନ୍ତାନ ବୀରତ୍ୱର କୃତି 

ଡେଇଁଛି ଲକ୍ଷ୍ମଣ ରେଖା, 

ନିହାଣର ମୁନେ ଆଙ୍କି କଳାକୃତି

ଦକ୍ଷତା ଦେଇଛେ ଲମ୍ବି

କଳାର ସୌନ୍ଦର୍ଯ୍ୟ ବଖାଣେ ମାଧୁର୍ଯ୍ୟ

ସତେକି ଗଗନ ଚୁମ୍ବି, 

ଉତ୍କଳ ଗରିମା ବିଶ୍ୱ ଚିତ୍ରପଟେ 

ଖୋଲିଛି ଜାତିର ମୁଖା.....

ଭଗ୍ନ କୋଣାର୍କର ନଗ୍ନ ଶିଳା ଦେହେ  

କେତେ ଯେ କାହାଣୀ ଲେଖା.....

ବାରଶ ବଢ଼େଇ ଶ୍ରମ ଦାନ ଦେଇ

ସାଗରେ ମନ୍ଦିର ତୋଳି

ଇତିହାସ ବକ୍ଷେ ଇତି ହେବା ପାଇଁ

ସ୍ୱାର୍ଥତାକୁ ଦେଲେ ଜାଳି, 

ବିଶୁ ମହାରଣା ପୁଅ ଯେ ଧରମା

ପୂର୍ଣ୍ଣତାରେ ଜଳେ ଶିଖା.....  

ଭଗ୍ନ କୋଣାର୍କର ନଗ୍ନ ଶିଳା ଦେହେ  

କେତେ ଯେ କାହାଣୀ ଲେଖା.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract