STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ଓଡ଼ିଆ ଭାଷା ମୋ ବଢିଆ ଭାଷା

ଓଡ଼ିଆ ଭାଷା ମୋ ବଢିଆ ଭାଷା

1 min
175

ଓଡ଼ିଆ ଭାଷା ମୋ ବଢିଆ ଭାଷା

 ମୃଦୁ ମଧୁ ଝରା ଅମୃତ ମିଶା।


ପ୍ରତି ପଦ ତାର ଅତି ମଧୁର

ଶ୍ରୁତି ତୃପ୍ତି ଦାୟୀ ମୃଦୁ ଝଙ୍କାର

ବିଶାଳ ବୈଭବ ଶବ୍ଦ ସମୃଦ୍ଧି

ସର୍ବ ପୁରାତନ ମୌଳିକ ଭାଷା।


ଛନ୍ଦ ବନ୍ଧ ତାଳ ଲୟ ଲାଳିତ୍ୟ

ଶବ୍ଦେ ଶବ୍ଦେ ଛନ୍ଦା ଭାଷା ସାହିତ୍ୟ

ଆଦ୍ୟାକ୍ଷର ଏକ ଅନେକ ଶବ୍ଦ

ଅର୍ଥ ଭିନ୍ନ ଭିନ୍ନ କହେ ମୋ ଭାଷା।


ଏକ ଶବ୍ଦ ମାତ୍ର ବହୁ ପ୍ରୟୋଗ

ଏକୁଁ ଭିନ୍ନ ଆନ ଅର୍ଥ ସମ୍ଭବ

ଯମକେଇ କହେ ଯମକ ଯେବେ

ଜିତି କି ପାରିବ ଆନ କେ ଭାଷା।


ବହୁବିଧ ରାଗ ତାଳ ଠମକା

ଅଳଙ୍କାରେ ସଜା ଉପମା ଲେଖା

ଛାନ୍ଦ ଚଉତିଶା କାହିଁ ଯେ କେତେ

ଲୋକଗୀତ ତାଳେ ନାଚେ ମୋ ଭାଷା।


ମାଦଲର ତାଳେ ନାଚେ ବି କେବେ

କେନ୍ଦରା ର ସୁରେ ବାହୁନି କାନ୍ଦେ

ଭଜୁ କି ନା ରାମ ନାମ ଗାଉ ଗାଉ

ଲୁହ ହୋଇ ବହିଯାଏ ମୋ ଭାଷା।


ମୋ ଭାଷା ଭାଷିଲେ କବିତା ହସେ

କିଆ କେତକୀ ରୁ ବାସନା ଆସେ

କୁଞ୍ଜବନେ ସଂଜେ ମାନିନୀ ରାଈ

କହ୍ନେଇଁ ର ମାନ-ଭଞ୍ଜନ ଆଶା।


ସମସ୍ତ ସାହିତ୍ୟ ପ୍ରେମୀ ଓଡ଼ିଆ

କବିତା କାହାଣୀ ଲେଖ ବଢିଆ

ସମୃଦ୍ଧ କର ଓଡ଼ିଆ ସାହିତ୍ୟ

କରେ କରଵଦ୍ଧେ କରୁଣା ଆଶା।

ନମାମି ଓଡିଶା ଓଡ଼ିଆ ଭାଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract