STORYMIRROR

CHINMAYEE PRADHAN

Abstract Drama Inspirational

3  

CHINMAYEE PRADHAN

Abstract Drama Inspirational

ଫରକ

ଫରକ

1 min
286

ତୁମେ ବି ଚାଲୁଛ

ମୁଁ ବି ଚାଲୁଛି।

ତୁମ ଚାଲିବାର ନିର୍ଦ୍ଦିଷ୍ଟ ସମୟ ଅଛି,

ହେଲେ ମୋ ଚାଲିବା ଅବିରତ।

ତୁମେ ଚାଲ ସକାଳେ ସଞ୍ଜରେ,

ମୁଁ ଚାଲେ ସାରାଦିନ ସାରାରାତି।

ତୁମେ ଚାଲ ପେଟର ଚର୍ବି କମେଇବାକୁ ,

ମୁଁ ଚାଲେ ପେଟରେ ଗଣ୍ଡେ ଦାନା ପଡ଼ିବାକୁ ।

ତୁମେ ଚାଲ ମଧୁକରେ ପୁଷ୍ପିତ ଉଦ୍ୟାନରେ,

ମୁଁ ଚାଲେ ବାଲି,ଗୋଡି,କାଦୁଅ ପଙ୍କରେ।

ତୁମେ ଚାଲ ଜୋତା ପିନ୍ଧି ଛତା ଧରି, 

ମୁଁ ଚାଲେ ଖାଲି ପାଦେ ପଲିଥିନି ଢାଙ୍କି।

ତୁମେ ଚାଲ ଖୁସି ମନେ ପ୍ରେୟସୀର ହାତଧରି 

ମୁଁ ଚାଲେ ଭାରୀମନେ ପ୍ରିୟାକଥା ଭାବି ଭାବି।

ତୁମେ ବି ଚାଲୁଚ ମୁଁ ବି ଚାଲୁଚି , ଫରକ ବାସ ଏତିକି

ତୁମେ ଚାଲ ଲୁଣ୍ଠିବାକୁ ସାଧାରଣ ଜନତାର ଧନ,

ମୁଁ ଚାଲେ କରିବାକୁ ଲୁଣ୍ଠିତର ଦୁଃଖ ପ୍ରଶମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract