Debadatta Jena

Drama Tragedy Fantasy

4.0  

Debadatta Jena

Drama Tragedy Fantasy

ମୁଖା

ମୁଖା

1 min
280


ଖୁବ ବଢିଆ,

କରୋନା ଆସିବା ଆଗରୁ 

ଦୁରେଇ ଗଲେ ଭିଡ଼ଭିତରୁ, 

ଅଚିହ୍ନା ଲାଗୁଥିଲେ 

ମୁହଁରେ ଚୁନି ଓ ହେଲମେଟ 

ସହଜ ନଥିଲା ଜାଣିବାକୁ 

ଏବେ ମୁହଁରେ ହାଇଟେକ ମାସ୍କ |

ଭଲ ହେଲା 

ସତର୍କ ହେବାକୁ 

ଛାଡ଼ିବା ଆଗରୁ 

ସାନିଟାଇଜ଼ଡର ହାତ 

ଫେରି ଆସିଲେ ଆଉ ବୁଝିଗଲେ 

ଏବେ ହାଣ୍ଡସେକରେ ବି ରିସ୍କ |

ଆଜି ନଥିଲା 

ମାସେଜର ଭିଡ଼ ଓ଼ମେନ୍ସ ଡେ’ରେ 

ତଥାପି ଭିଡ଼ ଠେଲି ବୁଲୁ ଥିଲେ

କିଛି ଅଚିହ୍ନା ଶବ୍ଦ ଓ ଭାଇରଲ ଉଇସ୍ |

ଭଲ ହେଲା

ରହିଗଲେ ଅଣଦେଖା ହେଇ 

ସତର୍କତା ଜାରି ହେବା ଆଗରୁ;

ଏବେ ସବୁ ପରୀକ୍ଷାର ଋତୁ

ଜୋରଦାର କମ୍ପିଟିସନ |

ନେଲେ ନେଉ ପଛେ ସେ ଇଚ୍ଛାର ମୃତ୍ୟୁ ;

ସେ ସ୍ମୃତି ଓ ସମ୍ଭାବନାରେ ଥାଉ ନୋ ଇନଫେକ୍ସନ |



Rate this content
Log in

Similar oriya poem from Drama