ଜଳୁଛି ଆଜି ବି !
ଜଳୁଛି ଆଜି ବି !
ଅନ୍ଧାରକୁ ଡର ବୋଲି ବୋଧହୁଏ
ହୃଦୟେ ମୋର ବିରହ ନିଆଁଟେ ଜାଳି ଦେଇ ଚାଲିଗଲ ,
ଜାଣିଦେବ କିଏ କାଳେ ମୋ ଚିହ୍ନ ତୁମ ମନେ ,
ବିଦଗ୍ଧ ସ୍ମୃତିର ପାଉଁଶ ଲେପକୁ ନିଜ ଦେହେ ବୋଳିଦେଲ ।
ବୟସ ଶ୍ରାବଣ ଝରି ପ୍ରତିକ୍ଷଣ ଓଦାକରେ ମନ ହେଲେ ଲିଭୁନିତ ସେ ନିଆଁ,
ଫଗୁଣ ଚାହିଁରହିଛି ଆସିବ ହେଲେ ପଲକେ ତୋ ଛବି ଭରି ଆଣେ ଲୁହର ବନ୍ୟା ।
ଚାଲୁଛି ଏକା ମୁଁ ସେ ଚିହ୍ନା ଗହଳିରେ ଆଜି ଅଲୋଡ଼ା ସାଜି
ସ୍ମିତ ହାସ୍ୟର ଛାଉଣୀ ନେଇ ,
ପଚାରିଲେ କେହି କିଛି କେବେ ମୋତେ,
ଆଗକୁ ବଢେ ମୁଁ ନିରବତାର ପରିଧାନ ଓଢେଇ ।
ନିର୍ଲିପ୍ତ ନାବିକ ନିର୍ଭୀକ ପ୍ରେମିକ ସାଇତା ଯେ ସ୍ୱପ୍ନାବଶେଷ
ନିଜ ଛଡ଼ା ଆଉ କେହି ନାହିଁ,
ତଥାପି କାହିଁକି ମନେ ପଡୁ ତୁ ସବୁ ଭୁଲି ପୁଣି ନିରୋଳାରେ
ଖୋଜେ ତୋ ଭିତରେ ମୁଁ ମୋର ଛାଇ ।