STORYMIRROR

Sabyasachee Pradhan

Romance

3  

Sabyasachee Pradhan

Romance

ଚାହାଣୀ

ଚାହାଣୀ

1 min
172

ଛୋଟ ଛୋଟ ତୋର ଦୁଇ ଆଖି 

  ଯେବେ ମିଟି ମିଟି ମୋତେ ଚାହୁଁଛି 

ଛାତି ତଳେ ଅଛି ଯେତେ ପ୍ରେମ 

   ମୋର ଉଛୁଳି ଉଛୁଳି ଯାଉଛି..

ସୁନେଲି ଶ୍ରୀଙ୍ଗାର ଝଲସେ 

   ତୋ ରୂପେଲି ଚେହେରାଯାକ

ଲାଗେ ଦିନ ଦିପହରଟାରେ 

   ମେଘ ବିଜୁଳି ଚମକି ଯାଉଛି...


ଧେତ୍ ତେରିକି... ଖାଲି ତୋତେ ନୁହଁ

  ମୋତେ ବି ପ୍ରେମ ହେଇଯାଇଛି !!!


ତୋ ନଜର ବନିଶୀ ମୋତେ

 ତୋ ଆଡେ ଟାଣି ନଉଛି 

ମୋ ଅନୁମତି ବିନା ହେଇ

 ସବୁ ମୋତେ ଭଲ ଲାଗୁଛି 


ଧେତ୍ ତେରିକି... ଖାଲି ତୋତେ ନୁହଁ

ମୋତେ ବି ପ୍ରେମ ହେଇଯାଇଛି !!!


ତୋତେ ଦେଖିଦେଲେ ହାଏ 

ମୁଁ ନିଜକୁ ଭୁଲି ଯାଉଛି 

ଗୋଲାପି ଓଠ ତୋ ନୀରବ ସିନା

ଚୋରା ଚାହାଣୀ ସବୁ କହିଦଉଛି 


ମୋ ଅନୁମତି ବିନା ହେଇ

  ସବୁ ମୋତେ ଭଲ ଲାଗୁଛି 

ଧେତ୍ ତେରିକି... ଖାଲି ତୋତେ ନୁହଁ

ମୋତେ ବି ପ୍ରେମ ହେଇଯାଇଛି !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance