STORYMIRROR

Pranati Acharya

Drama Classics Others

3  

Pranati Acharya

Drama Classics Others

ସଫଳତା

ସଫଳତା

1 min
265


ମିଳନର ଏହି ପୂର୍ଣ୍ଣ ଅଭିସାରେ ଆନନ୍ଦେ ଜୀବନ କାଟିବା 

ଆସୁପଛେ ଯେତେ ଝଡଝଞା ସବୁ ହୃଦୟେ କେବେ ନ ଚନ୍ତିବା ।। 

ଉଜୁଡା ସଂସାର ସଜାଡି ହୋଇଲେ ଲୋଡା ଆଉ କିଛି ନାହିଁ 

ଦୁଃଖ ବୋଲି ଯାହା ଜଗତ ମଣୁଛି ତାକୁ ସୁଖ ଭାବେ ମୁହିଁ ।। 

ଦୃଢ ମନୋବଳେ ଚାନ୍ଦ ଛୁଇଁବାକୁ ମଣିଷ ବଢାଏ ହାତ 

ଅଟଳ ରହିଲେ ନିଜର ଚେଷ୍ଟାରେ କୃତିତ୍ବ ପାଇବା ସତ୍ଯ ।। 

ସକରାତ୍ମକର ଚିନ୍ତା ଓ ଚେତନା ସଫଳତା ଆଣିଦିଏ 

ଭରି ଯାଏ ମନ ଆନନ୍ଦ ଉଲ୍ଲାସେ ବିଜୟ ମୁକୁଟ ଦିଏ ।। 

ସମାଜ ବୁକୁରେ ବୁହାଇ ଦେବାରେ ପ୍ରଗତିର ଗଙ୍ଗାଧାର 

ସେହି ଧାର ପୁଣି ପାଲଟିବ ଦିନେ ସଫଳତା ପାରାବାର ।। 

ସୁଜ୍ଞାନ ସାଧନେ ସୁକର୍ମ ସୁପଥେ ସଙ୍କଟ ହାରି ସୁରକ୍ଷା 

ସୁଦୂର ସୁଉଚ୍ଚେ ସୁଫଳ ଥିଲେ ହିଁ ସଫଳତା ହୁଏ ଦିକ୍ଷା ।। 

ନିଜ କର୍ମବଳେ ସଫଳ ମଣିଷ ସବୁଠି ଆଦର ପାଏ 

ଅଭାବ ଥିଲେ ବି ହାତ ପତାଏ ନି କେବେ କାହା ପାଶେ ସିଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama