Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Abstract Drama Tragedy

3  

Banasmita Panda

Abstract Drama Tragedy

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
215



ବର୍ଷ ପରେ ବର୍ଷ

ମାସ ପରେ ମାସ

ଦିନ ପରେ ଦିନ

ଆସୁଛି, ଯାଉଛି

ସଂସାର ଯେ ଗତିଶୀଳ

ସେଇ ସମୁଦ୍ରର ର ଢେଉ ପରି

କିନ୍ତୁ ତୁ ଯେ ଏ ସମୟର ମାଡ଼ ସହ

ମୁଁ ନାମକ ଅସ୍ତିତ୍ବ ସହ

ସବୁଠୁ ଅନ୍ତରଙ୍ଗ ବନ୍ଧୁ

ସବୁଠି ତୋର ଉପସ୍ଥିତି

ମୋ ଖୋଜେ ଅବା ନ ଖୋଜେ ।

କାହୁଁ କେତେ

ଦୁଃଖ, କଷ୍ଟ

ଖୁସି, ବାସୀ ଭରା ଦିନ, ରାତି

ତୋରି ପ୍ରତିଟି ପାଦେ ପାଦେ

ସମୟର ଗତିପଥ ସହ

ମୁଁ ଥାଏ ନଥାଏ

ତୁ ମୋ ସାଥେ, ସାଥେ ।

ପ୍ରତିଟି ଦିନ ତୋତେ ଦର୍ଶେ

ମନଭରି ଖୋଜେ

ଅନେକ ସ୍ମୃତି

ଗଢିବାରେ ଆଶାଭରା ଭବିଷ୍ୟତ

ଖାଲିଟା ରେ କଣ ଲତା ଟି ଆଗଇ

ମୁଁ ଯେ ନିର୍ମୁଳି ତୁ ମୋ ସାହା ।

ଶୈଶବ ରୁ ବାର୍ଦ୍ଧକ୍ୟ

ପ୍ରତିଟି ସୋପାନରେ

ଜୀବନର ଚଲାପଥରେ

ତୋର ନିରବ ଆଶୀର୍ବାଦ

ଅନେକ ଆସିଲେ, ଗଲେ

ତୁ କିନ୍ତୁ ସେ ନିର୍ଜୀବ ପଥର କାନ୍ଥରେ

ଭରୁ ପ୍ରତିଟି ଦିନ

ମୋ ମନେ ବଞ୍ଚିବାର

ଅନେକ ଆଶା, ଆକାଂକ୍ଷା

ସତରେ ଏ ମାନବ ସମାଜର

ତୁ ଏକ ଅଭିର୍ଣ୍ଣ ସାଥୀ ।



Rate this content
Log in

Similar oriya poem from Abstract