ସୁଖ ଟିକକ
ସୁଖ ଟିକକ
ଚନ୍ଦ୍ରର ଶୋଭା କୁ ବର୍ଦ୍ଧନ କରଇ
କଳଙ୍କ ଯେପରି ତାର,
ଦୁଃଖ ବିନା ଆମେ କିପରି ପାଇବା
ସୁଖ ଟିକକର ସାର ।।
ଦୁଃଖ ବିନା ନାହଁ ସୁଖର ଯେ ମଜା
ସେ ସୁଖ ଯେ ନୁହଁ ସୁଖ,
ସେ ସୁଖରେ ନାହିଁ ନୁଆଁ ଅନୁଭବ
କ୍ଷଣସ୍ଥାୟୀ ସେହି ସୁଖ ।।
ମୋହ ମାୟା ଏହି ସଂସାର ଭିତରେ
କରିଛି ଯେବେ ମୁଁ ଘର,
ଦୁଃଖ ରୂପୀ ଜଳେ ଟଳମଳ ହୁଏ
ମୋ ଦୁଃଖର ସରୋବର ।।
କେତେ ବର୍ଷ ମାସ ପ୍ରତିକ୍ଷାର ପରେ
ସୁଖର ପଦୁଅଁ ଫୁଟେ,
ଏବେ ସିନା ସେଇ ସୁଖ ପଦୁଅଁ ରେ
ମୋ ପରାଣ ପୁରିଉଠେ ।।
ଜାଣିଚି ଏ ସୁଖ କେଇ କ୍ଷଣର ଯେ
ଚାଲିଯିବ ପୁଣି ଦୂରେ
ସେଲାଗି ସାଉଁଟେ ସେ ସୁଖ ଟିକକ
ହେଇ ପ୍ରଫୁଲ୍ଲ ଚିତ୍ତରେ ।।