STORYMIRROR

ପଙ୍କଜିନୀ ଭୋଇ

Drama

4  

ପଙ୍କଜିନୀ ଭୋଇ

Drama

ସୁଖ ଟିକକ

ସୁଖ ଟିକକ

1 min
32

ଚନ୍ଦ୍ରର ଶୋଭା କୁ ବର୍ଦ୍ଧନ କରଇ

କଳଙ୍କ ଯେପରି ତାର,

ଦୁଃଖ ବିନା ଆମେ କିପରି ପାଇବା

ସୁଖ ଟିକକର ସାର ।।


ଦୁଃଖ ବିନା ନାହଁ ସୁଖର ଯେ ମଜା

ସେ ସୁଖ ଯେ ନୁହଁ ସୁଖ,

ସେ ସୁଖରେ ନାହିଁ ନୁଆଁ ଅନୁଭବ

କ୍ଷଣସ୍ଥାୟୀ ସେହି ସୁଖ ।।


ମୋହ ମାୟା ଏହି ସଂସାର ଭିତରେ

କରିଛି ଯେବେ ମୁଁ ଘର,

ଦୁଃଖ ରୂପୀ ଜଳେ ଟଳମଳ ହୁଏ

ମୋ ଦୁଃଖର ସରୋବର ।।


କେତେ ବର୍ଷ ମାସ ପ୍ରତିକ୍ଷାର ପରେ

ସୁଖର ପଦୁଅଁ ଫୁଟେ,

ଏବେ ସିନା ସେଇ ସୁଖ ପଦୁଅଁ ରେ

ମୋ ପରାଣ ପୁରିଉଠେ ।।


ଜାଣିଚି ଏ ସୁଖ କେଇ କ୍ଷଣର ଯେ

ଚାଲିଯିବ ପୁଣି ଦୂରେ

ସେଲାଗି ସାଉଁଟେ ସେ ସୁଖ ଟିକକ

ହେଇ ପ୍ରଫୁଲ୍ଲ ଚିତ୍ତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama