STORYMIRROR

ପଙ୍କଜିନୀ ଭୋଇ

Abstract

3  

ପଙ୍କଜିନୀ ଭୋଇ

Abstract

ବୀର ଗଙ୍ଗାଧର

ବୀର ଗଙ୍ଗାଧର

1 min
228

କଳିଙ୍ଗ ରାଜ୍ୟର ରାଜକୁମାର ସେ

ନାଁ ତାଙ୍କ ଗଙ୍ଗାଧର,

ଉତ୍କଳ ରାଣୀଙ୍କ ସୁନା ପୁଅ ଥିଲେ

ସେ ବୀର ରାଜକୁମାର

ଉତ୍କଳ ଜନନୀ ପ୍ରାଣରେ ବସନ୍ତି

ମନ ମନ୍ଦିରର ଦେବୀ,

ମାତୃ ଭକ୍ତ ବୋଲି ରଚିଛନ୍ତି ଗାଥା

ମାଁ ମାତୃକା କୁ ସେବୀ

ମାଁ ଙ୍କର ଭାଷ ପ୍ରତି ପଦ-ଶବ୍ଦ

ମଧୁ ସମ ମିଠା ଲାଗେ,

ଜନନୀ ଙ୍କ ମିଠା ମଧୁର ଭାଷ କୁ

ସମ୍ମାନ ଦିଅନ୍ତି ଆଗେ

ଉତ୍କଳ ମାଁ ଙ୍କ ପ୍ରତି ପଦ-ଛନ୍ଦ

ଶବ୍ଦର ଗୁଚ୍ଛକୁ ନେଇ,

ଝରାଇ ଦିଅନ୍ତି ଲେଖନୀ ମୁନରେ

କେତେ କବିତା ଯେ ସେହି

ମାତୃଭାଷା ମାତୃ ଭୂମିରେ ତାଙ୍କର

ଥିଲା ଯେ ଅସୀମ ପ୍ରେମ

ସେ ଲାଗି କୁହନ୍ତି ଅଜ୍ଞାନୀ ଟି ସେହି

ମାତୃ ପ୍ରେମହୀନ ଜନ

ଦେଖିଲେନି ବୋଲି ଜନନୀ ଙ୍କୁ ଦିନେ

ଖୋଜିଲେ ସାରା ନଗରୀ,

ଦେଖିଲେ କେବଳ ପଦ ଚିହ୍ନ ତାଙ୍କ

କିଏ ନେଇଛି ଘୋସାରି

ମାତୃବତ୍ସଳ ସେ ଗଙ୍ଗାଧର ପ୍ରାଣ

ଦୁଃଖେ ହେଲା ମ୍ରିୟମାଣ,

ମାଆଁ ଙ୍କ ସନ୍ଧାନେ ବାହାରିଲେ ବୀର

ଏକ କରି ରାତିଦିନ

ଜନନୀ ପାଇଁ ଯା ଜୀବନ ଉତ୍ସର୍ଗ

ଏପରି ପୁତ୍ରକୁ ଛାଡି

ଜନନୀ କି ଦୂରେ ରହି ସେ ପାରିବେ

ସଙ୍ଗେ ଆସିଲେ ବାହୁଡ଼ି

ସେହିଦିନ ହେଲା ଉତ୍କଳ ସ୍ୱତନ୍ତ୍ର

ଏପରି ପୁତ୍ରଙ୍କ ପାଇଁ,

ରକ୍ଷା କଲେ ଯିଏ ମାତୃଭାଷା-ଭୂମି

ଜୀବନ ବାଜି ଲଗେଇ

ହେ ମହାନ ଆତ୍ମା ଉତ୍କଳ ରାଣୀଙ୍କ

ସୁଯୋଗ୍ୟ ସନ୍ତାନ ବୀର,

ତୁମ ଚରଣରେ ଅୟୁତ ପ୍ରଣାମ

କରୁଛି ମୋ ଘେନା କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract