STORYMIRROR

ପଙ୍କଜିନୀ ଭୋଇ

Tragedy

3  

ପଙ୍କଜିନୀ ଭୋଇ

Tragedy

ସୁଟିଂ ସେଟ୍ ର ସିନ୍ ଟିଏ

ସୁଟିଂ ସେଟ୍ ର ସିନ୍ ଟିଏ

1 min
384

ମାଆଁ, ମାଆଁ ବାରେ ଶୁଣି ଯାଆନା

ପୁଅ ତୋର ତତେ ଡାକୁଛି ପରା,

ଛାଡି ଯାଉଛୁ ତୁ କୁଆଡେ ମତେ

ବୁହାଇ ଆଖିରେ ଲୁହର ଧାରା


ଆକୁଳ ପରାଣେ ପୁଅଟି ତାର

ମାଁ ହାତ ଧରି ଲୋତକ ଢାଳି,

ବିକଳେ କହୁଛି ଫେରିଆ ମାଁ

ତୁ ଗଲେ କା'ପାଖେ କରିବି ଅଳି


ମାଁ ଶୋଇଲେଣି ମୃତ୍ୟୁ ଶଯ୍ୟାରେ

ଏବେ କି କହିଲେ ଶୁଣିବ ସେହି,

ଉଠ ବାପ ଧୈର୍ଯ୍ୟ ରକ୍ଷା ତୁ କର

ମାଁ ତୋର ଆଉ ଫେରିବ ନାହିଁ


ସୁଟିଂ ସେଟ୍ ର ଏ ଦୁଃଖଦ ଦୃଶ୍ୟ

ଦେଖି ଲୋକେ କେତେ ଭାବ ବିହ୍ଵଳ,

ବିଦାୟ ମାଁ କୁ ପାରୁନି ଦେଇ

ଆଖିରେ ଝରାଏ ଛାତିର କୋହ


ଅଭିନୟ ଏତ ସୁଟିଂ ସେଟ୍ ର

ନୁହଁ ଏହି ସତ ସତିକା ଶୁଣ,

ବଞ୍ଚିଥିଲା ବେଳେ ଯେ ଦିଏ ଲାତ

ସେ ପୁଣି କରୁଛି ଆଜି କ୍ରନ୍ଦନ


ସାନ ବେଳେ କୁହେ ମାଁ'ଟି ମୋର

ଝଗଡା କରିକି ଭାଇ ସହିତ,

ସ୍ତ୍ରୀ ଠୁ ଖୁଆଏ ବାସି ପଖାଳ

ବଡ ହେଲେ ଦିଏ ମାଆଁ କୁ ଲାତ


ମାଁ ଶୋଇଗଲେ ମରଣ ଶେଜେ

କୁହେ ଭଲ ହେଲା ବୁଢ଼ୀଟି ମଲା,

ଫିଙ୍ଗି ଦେଇ ଆସି ଶବକୁ ତାର

ଭାବେ ଆଜି ଗୋଟେ ଟେନସନ ଗଲା


ହୁଅନା ଏତିକି ଭାବ ବିହ୍ଵଳ

ସୁଟିଂ ସେଟ୍ ର ଦୃଶ୍ୟ ଟି ଖାଲି,

ମାଁ ପାଇଁ ଲୁହ ଢାଳିଲା ବାଲା

ମାତୃ ଭକ୍ତ କାହିଁ ଗଲେଣି ଚାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy