STORYMIRROR

ପଙ୍କଜିନୀ ଭୋଇ

Drama Inspirational

3  

ପଙ୍କଜିନୀ ଭୋଇ

Drama Inspirational

ଗରିବର ଗୃହ ସାମଗ୍ରୀ

ଗରିବର ଗୃହ ସାମଗ୍ରୀ

1 min
47


ନାହଁ ତା'ର ମାର୍ବଲ ଲଗା ଘର

କି ଏସି କୁଲରର ସୁଖ,

କିନ୍ତୁ ଝାଟିମାଟି କୁଡ଼ିଆରେ

ପଞ୍ଚପ୍ରାଣୀ ବି ଏକାଠି ମୁଣ୍ଡ ଗୁଞ୍ଜି

ସୁଖର ନିଶ୍ୱାସ ନିଅନ୍ତି

ଚାଳ କବାଟ ବାଟ ଦେଇ

ବହିଆସୁଥିବା ମନ୍ଦ ମନ୍ଦ

ମୃଦୁମଳୟର ଶୀତଳ ସ୍ପର୍ଶରେ,


ନ ଥାଏ ଛ'ତିଅଣ ନ'ଭଜା

ଲୁଣ ଲଙ୍କା ପିଆଜ ସାଥେ

କଂସାଏ ପଖାଳରେ ଜିଇଁ ଯାଆନ୍ତି

ଜୀବନର ଅଧା ସମୟ;


ନା ଆଖିରେ ଥାଏ ରାଜ ଉଆସର ସ୍ବପ୍ନ

ନା ଟଙ୍କା-ପତି ହବାର ଆଶା,

ମୁଣ୍ଡ ଝାଳ ତୁଣ୍ଡେ ମାରି

ଝାଳ ବୁହା ଧନରେ

ଦି'ଓଳି ଦି'ମୁଠା ଖାଇବାର ଆଶେ

ବାହାରି ଯାଆନ୍ତି ଘରୁ ପ୍ରତ୍ୟୁଷ କାଳରୁ

କଠିନ ପରିଶ୍ରମକୁ ସାଥି ବାଛି ନେଇ;


ନାହିଁ ସିନା ତା' ପାଖେ

ଧନୀ ଘରର ସୁଖ ସୁବିଧା

କିନ୍ତୁ ସେ ଗରିବ ଘରେ ବି ଅଛି

ସ୍ନେହ ପ୍ରେମ ଭଲପାଇବା ପରି

ଲକ୍ଷେ ଟଙ୍କାର ଗରିବର ଗୃହସାମଗ୍ରୀ,

ଆଉ ପରକୁ ଆପଣା କରିପାରୁଥିବା

କୋଟିଏ ଟଙ୍କାର ନିର୍ମଳ ହୃଦୟଟିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama