STORYMIRROR

ପଙ୍କଜିନୀ ଭୋଇ

Romance

2  

ପଙ୍କଜିନୀ ଭୋଇ

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
383


ଶାମୁକାରୁ ଆଜି ଶୁଖିଲା ଭୂଇଁ ମୁଁ

ବରଷା ପାଇଁ ବ୍ୟାକୁଳ

ମୋତି ଲୋଡ଼ା ନାହିଁ ଦି'ଟୋପା ବରଷା

ପାଇଁ ମନ କଲବଲ ।।

ଶାମୁକା ହେଇ ମୁଁ ନିତି ଚାହୁଁଥିଲି

ଝରିଯିବୁ ମୋତି ହେଇ

ଆଶାର ଆଜି ମୋ ଆୟୁଷ ସରିଲା

ଆଖି ଲୁହ ପିଇ ପିଇ ।।

ଚିଠି ଲେଖିଥିଲି ଶ୍ରାବଣ ପାଖକୁ

ଆସିବୁ ମେଘକୁ ଧରି

ତା'ରି ସାଥିରେ ଆସି ଭିଜେଇବୁ

ଖୁସିର ବରଷା କରି ।।

ବରଷା ଆଗରୁ ଦୁଃଖ ର ବିଜୁଳି

ସାଜିଲୁରେ ମୋର ମିତ

ବିଜୁଳି ହେଇ ତୁ ଛାତିକୁ ଚିରିଲୁ

ହୃଦୟ ହେଲା ଆହତ ।।

ଚାହିଁ ନଥିଲି ମୁଁ ଶାମୁକାର ମୋତି

ଅଙ୍ଗେ ସଜେଇବି ବୋଲି

ତପ୍ତ ହୃଦୟକୁ ଶୀତଳ ଦବାକୁ

ଟୋପେ ବର୍ଷା ଚାହିଁଥିଲି ।।

ଶାମୁକା ଭିତରେ ନ ଝରିଲୁ ନାହିଁ

ବୁନ୍ଦାଏ ବରଷା ହେଇ

ହୃଦୟ ରୁପି ମୋ ଶୁଖିଲା ଭୂଇଁ ରେ

ଝରି ଯାଇଥାନ୍ତୁ ତୁହି ।।

ତୋ ପ୍ରେମର ଏଇ ଟୋପେ ବରଷାକୁ

ହେଲି କେତେ କାଳୁ ଝୁରି

ବର୍ଷା ବଦଳରେ ବିଜୁଳି ସାଜିଲୁ

ଛାତିକୁ ଦି ଫାଳ କରି ।।

ମୋ ଦୁଃଖକୁ ଚାହିଁ ପ୍ରକୃତି ଢାଳୁଛି

ପ୍ରକୃତ ବରଷା ବୁନ୍ଦା

ସେ ବରଷା ସାଥେ ତାଳ ଦେଇ ଝରେ

ମୋ ଆଖିର ଲୁହ ଅଧା ।।

ପ୍ରତୀକ୍ଷାର ଫଳ ଭଲ ଦେଇଗଲୁ

ସାଜିଲା ଜୀବନ ସ୍ମୃତି

ଶେଷ ଦୁଇ ଟୋପା ଲୋତକ ସାଥିରେ

ପ୍ରତୀକ୍ଷାର ହେଲା ଇତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance