STORYMIRROR

ପଙ୍କଜିନୀ ଭୋଇ

Tragedy

3  

ପଙ୍କଜିନୀ ଭୋଇ

Tragedy

ମନେ ପଡୁଛି

ମନେ ପଡୁଛି

1 min
408

ସ୍ମୃତି କେବେ ମୋ ପାଇଁ

ସକାଳ ସୂରୁଜର ସୁନା କିରଣ

କିନ୍ତୁ ମନର କୋହ,

ସ୍ମୃତି ଆଉ କେବେ

ମୋ ପାଇଁ ସଞ୍ଜ ଦୀପ ଟିଏ

ଅସୁମାରୀ ଆଖିର ଲୁହ ।।

ମନେ ପଡୁଛି

ମୋ ଗାଁ ବାପା ମାଁ,

ମୋ ଘର ବାଡ଼ି ବଗିଚା;

ସଭିଏଁ ମନେ ପଡୁଛନ୍ତି ମୋର ।।

ରାଜମହଲର ସୁଖ ଭିତରେ

ଅଣ ନିଶ୍ୱାସୀ ମୁଁ

ହେଇପଡୁଛି,

ଗୋଲାପ ଫୁଲର

ଫୁଲ ଶେଯରେ

କଣ୍ଟା ମତେ କଷ୍ଟ ଦଉଚି ।।

ମନେପଡେ ମୋର ଘର,

ମୋ ଘର ସ୍ନେହ ଆଦର;

ମୋ ଗାଁ ପୋଖରୀ

ଆମ୍ବ ଗଛ ଡାଳ

ସବୁ ଆଜି ମୋଠୁ ଦୂର ।।

ମନେ ପଡୁଛନ୍ତି

ମୋ ସାଙ୍ଗ ସାଥି,

କେତେ ରାଗ ରୋଷ

ମାନ ଅଭିମାନ;

ଛିଟିକି ପଡିଛି କୋଉଠି ଆଜି ମୁଁ

ହେଇ ତାଙ୍କଠୁ ବିଛିନ୍ନ ।।

ମନେ ପଡେ ଖାଲି ସେଇ-

ଅଭୁଲା ସ୍ମୃତି......;

ଏକାଠି ରୁ ଏକାକୀର-

କାହାଣୀ କହୁଛି ମୋ ଦୁଇ ଆଖି ।।

ନିରବେ ଚାଲୁଚି ନିଃସଙ୍ଗ ହେଇ ମୁଁ

ପାଉନି ଖୋଜୁଛି

ସେ ଦିନ କାହିଁ;

ଶୁଣାଯାଉଛି କିନ୍ତୁ

ସେମାନଙ୍କ ଦୁଷ୍ଟାମି ଭରା

କଲରବ ଧ୍ୱନି ।।

ପୃଥିବୀର କୋଉ ଏକ କୋଣରେ

ହଜି ଯାଇଛି ମୁଁ

ଜାଣୁଛି ପରେ ନୁହଁ ଏଇ ସେଇ ଦିନ

ହାଜିଗଲାଣି ସେଦିନ ତ

ସମୟର ସ୍ରୋତରେ ।।

ମନେ ପଡୁଛନ୍ତି

ମୋ ପ୍ରିୟ ସାଥି

ନିମ୍ନ ମୁଖି ଜଳସ୍ରୋତ ପରି

ଅସୁମାରୀ ଲୋତକ ଢାଳି

ଭିଜେଇ ଦେଇଥିଲେ ମତେ

ବିଚ୍ଛେଦ ର ଶ୍ରାବଣ ଧାରାରେ ।।

ମନେ ପଡିଲେ କେବଳ ଫୋନ,

ଦି' ପଦ କଥା;

ପୁଣି କେଇ ସମୟ ଲୁହରେ ଲୁହରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy