STORYMIRROR

ପଙ୍କଜିନୀ ଭୋଇ

Classics

3  

ପଙ୍କଜିନୀ ଭୋଇ

Classics

ଝିଅଟିଏ ଝରା ଫୁଲଟିଏ

ଝିଅଟିଏ ଝରା ଫୁଲଟିଏ

1 min
267

ସଞ୍ଜର ଶେଷ ପ୍ରହରରେ

ମଉଳି ପଡିଥିବା,

ଝରାଫୁଲ ଟିଏ ମୁଁ

ମୁହଁରେ ହସର ରଙ୍ଗ ଟିକେ ବୋଳି

ସମସ୍ତ ଙ୍କ ମନ କୁ କିଣିନେଲା ଭଳି

ଖୁସିର ସୁବାସ ଟେ ଧରି

ହସୁଥାଏ ସଦା ସଭିଙ୍କୁ ହସେଇବା ପାଇଁ

ସୂର୍ଯ୍ୟାନଳ ରୂପୀ ସମସ୍ୟାର

ସାମ୍ନା କରୁ କରୁ

ଜଳୁଥାଏ ହୃଦୟ ମୋ କ୍ଳେଶ ର କିରଣରେ

ସହିଯାଏ ସିନା ଛାତିରେ ଛାତିଏ

କୋହକୁ ଲୁଚେଇ,

ମୁହଁରେ ଶୁଖିଲା ସ୍ମିତ ହସ ଖେଳେଇ

ବଗିଚାର ମାଳି ପରି

ଯତନ କରନ୍ତି ମାଁ ବାପା ସିନା

ଛିଣ୍ଡାଇ ଦିଅନ୍ତି ତାଙ୍କୁ ଇଚ୍ଛା ହେଲେ

ଆଉ କାହା ହାତକୁ

ସଜେଇବା ପାଇଁ ଆଉ କାହା ଘରକୁ

ସେଇ ଫୁଲରେ

ହଁ ମୁଁ ସେ ଫୁଲଟିଏ

ଫୁଟେ ତ କେବଳ

ଅନ୍ୟ ଓଠରେ ହସ ଦେବା ପାଇଁ

ଆଉ ସଞ୍ଜ ଆସିଲେ

ଆପେ ଯାଏ ମଉଳି

ଝରାଫୁଲଟିଏ ହେଇ;

ହଁ ମୁଁ ତ ଝିଅଟିଏ ଝରା ଫୁଲଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics