STORYMIRROR

ପଙ୍କଜିନୀ ଭୋଇ

Others

3  

ପଙ୍କଜିନୀ ଭୋଇ

Others

ହେ ବରଷା ତୁ ଆ

ହେ ବରଷା ତୁ ଆ

1 min
318

ହେ ବରଷା ତୁ ଆ..

ତୁ ବରଷି ଯା ମୋ ହୃଦୟରେ ଆସି

ଟିପି ଟିପି ହେଇ ବରଷି ଯା ।।


ଧୋଇ ହେଇ ଯାଉ

ଛାତିତଳର ସବୁ ସ୍ମୃତି

ଜିଇଁ ଉଠେ ଯାହା

ତୋ ଟିପ୍ ଟିପ୍ ବରଷା ବୁନ୍ଦାର

ଶୀତଳ ପରଷେ ।।


ଦେଖିବାକୁ ଚାହୁଁନି ଆଉ

ବର୍ଷା ରେ ଭିଜା ଭିଜା ସେଇ

ସ୍ମିତ ହସ ରେ ସଜ୍ଜିତ ଅଧରକୁ ।।


ଯାହାକୁ ସ୍ପର୍ଶ କରି

ଝରିଯିବ କି ମୋ ପାଇଁ

ପ୍ରେମରେ ଗୋଟିଏ ଶବ୍ଦ,

ଦୁଇ ଅକ୍ଷର ବିଶିଷ୍ଟ-

ମୋ ନାଁ........

ତାକୁ ବି ଆଉ ଚାହୁଁନି ଶୁଣିବାକୁ ।।


କିନ୍ତୁ ଏ ବରଷା ର ଟିପି ଟିପି

ବୁନ୍ଦା ରେ ହଜି ଯାଉଛି

ମୋ ଦୁଇ ଆଖିର ଅଶ୍ରୁ

ହୃଦୟ ବି କ୍ଲାନ୍ତ-ଶ୍ରାନ୍ତ-ଶିଥିଳ

ଅପେକ୍ଷା ର ବି ଅନ୍ତ ।।


କଳା କଳା ବାଦଲ ସାଥେ ତୁ ଆ

ଟପ୍ ଟାପ୍ ହେଇ ବରଷି ଯା ତୁ

ହୃଦୟ ଭିତର ସବୁ ସ୍ମୃତିକୁ

ତୁ ଧୋଇ ପୋଛି ନେଇ ଯା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍