STORYMIRROR

ପଙ୍କଜିନୀ ଭୋଇ

Abstract

3  

ପଙ୍କଜିନୀ ଭୋଇ

Abstract

ପ୍ରେମର ପରସ ଟିକିଏ ତୁ

ପ୍ରେମର ପରସ ଟିକିଏ ତୁ

1 min
160

ହୃଦୟରେ ଅସଂଖ୍ୟ କ୍ଳେଶ

ଆଖିରେ ଅସୁମାରୀ ଲୁହର ଧାର

ଛାତିତଳେ ଛାତିଏ କୋହ,

ତଥାପି ଚାପି ରଖେ ମୁହିଁ

ଶକ୍ତ ଦଉଡିଟିଏ ଭିଡି,

ହାତରେ ଚିପୁଡି, ଗୋଡ଼ରେ ଚକଡ଼ି

ସେଇ କ୍ଳେଶକୁ, ମୋ ଛାତି ତଳର

ଅନ୍ଧାର କୋଠରୀ ଭିତରେ;

ଆଉ ଚେଷ୍ଟା କରେ

ହସିବାର ଅଭିନୟ କରିବାକୁ

ମୁହଁରେ ହସ ଟିକିଏ ଧରି,

କେମିତି ଜାଣିଦେଉ ତୁହି

ମୋ ମୁହଁର ଅବ୍ୟକ୍ତ ପରିଭାଷାକୁ,

ମୋ ଛାତି ତଳର

କୋହ ଭରା କାହାଣୀକୁ;

କେମିତି ପଢି ପାରୁ ତୁହି

ମୋ ଆଖିରେ ମୋ ଅନ୍ତରର

ଅବ୍ୟକ୍ତ ବେଦନାକୁ

ଏହି ତ ସେଇ ସମ୍ପର୍କ,

ତୋର ମୋ ସହିତ

ଦୁର୍ଲଭ ଏ ଦୁନିଆରେ,

ହେ !! ମୋର ପ୍ରାଣର ପ୍ରିୟ ସଖା

ତୁ ମୋ ତିମିରର ପୂର୍ଣ୍ଣମୀ ଇନ୍ଦୁ,

ମୋ କଷ୍ଟର ଲାଘବ ତୁ

ମାଁ ର ପଣତକାନିଟିଏ ତୁ-

ମୋ ଦି ଟୋପା ଲୁହର,

ମୋ ଅଳି କୁ ପୁରା କରିବାକୁ

ପ୍ରେମର ମିଠା ପରସ ଟିକିଏ ତୁ,

ପ୍ରେମ ପୂର୍ଣ୍ଣ ତୋ କୋଳ

ଅଗଣାଟେ ମୋ ରାଗ ଅଭିମାନର

ତୁ ହିଁ ତ ସାଥି....,

ତୁ ହିଁ ତ ମୋର ଦରଦୀ ବନ୍ଧୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract