STORYMIRROR

ପଙ୍କଜିନୀ ଭୋଇ

Inspirational

4  

ପଙ୍କଜିନୀ ଭୋଇ

Inspirational

ବୀଜ

ବୀଜ

1 min
467

ମେଘରୁ ଝରିପଡ଼େ ଯେବେ

ଧରିତ୍ରୀ ବକ୍ଷରେ

ଟିପି ଟିପି ବରଷାର ବୁନ୍ଦା,


ଚମକି ଉଠିପଡ଼େ

ତା ଗର୍ଭରେ ଚିର ନିଦ୍ରାରେ ଶୋଇଥିବା

ଛୋଟିଆ ବୀଜଟିଏ

ବର୍ଷାର ସୁଶୀତଳ ସ୍ପର୍ଶରେ ।।


ମହୀ ଗର୍ଭରୁ ମୁଣ୍ଡ ଟେକି

ଆଖି ପହଁରାଏ

ରବି ରଶ୍ମିରେ ଚକ୍ ଚକ୍

କରୁଥିବା ଚତୁର୍ପାର୍ଶ୍ବକୁ ବାରେ,


ନିଦ୍ରା ତ୍ୟାଗୀ

ଧଡ଼ପଡ଼ ହେଇ ଉଠିପଡ଼େ ସେ

ସୂର୍ଯ୍ୟଙ୍କ ସ୍ମିତ ହସରେ ।।


ଆଉ

ଆଗେଇ ଯାଏ ସେ

ତାର ବର୍ଷ ପୁରୁଣା କାର୍ଯ୍ୟ

ବୀଜରୁ ବୃକ୍ଷର ଯାତ୍ରାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational