STORYMIRROR

Smitali Priyadarsini Panda

Romance

4  

Smitali Priyadarsini Panda

Romance

ଅବୁଝା ପ୍ରିତୀ

ଅବୁଝା ପ୍ରିତୀ

1 min
270


ଲେଖିବାକୁ ମନ ଧରିଛି କଲମ

ଭାବନାରେ ବିତେ ରାତି

ମନର ଶବ୍ଦକୁ ପାରେ ନାହିଁ ଯୋଡି

ଏହି ମୋ ଅବୁଝା ପ୍ରୀତି l


ଆଙ୍କି ଦେବି ଏବେ ଶାଣିତ ମୁନରେ

ମାଧୁର୍ଯ୍ଯ ରୂପର ଆଖ୍ୟା

ଶବ୍ଦ ଚାଙ୍ଗୁଡିର ବର୍ଣ୍ଣ କମିଯାଏ

କିପରି କରିବି ବ୍ୟାଖ୍ୟା l


ପ୍ରେମରଙ୍ଗ ବୋଳି ପ୍ରେମ ଶବ୍ଦ ସବୁ

ଗୁନ୍ଥିବାକୁ ଚାହେଁ ଯେତେ

କବିତା ରସରେ ପ୍ରୀତି ଫୁଲ ଫୁଟେ

ତୁମ ନାମେ ପ୍ରିୟ କେତେ l


ମନ ଆନାମନା କବିତା ବର୍ଣ୍ଣନା

କରି ପାରୁନାହିଁ ଇତି

ତୁମ ସ୍ପର୍ଶ ପରେ ପୂର୍ଣ୍ଣତା ଲଭିବ

ଏହି ମୋ ଅବୁଝା ପ୍ରୀତି ll



Rate this content
Log in

Similar oriya poem from Romance