Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

4  

SUJATA DAS

Romance

ପରିଚୟ

ପରିଚୟ

1 min
384



ଜୁଇ କି ବୁଝଇ 

   ଦହନର ଜ୍ୱାଳା 

     ଦଗ୍ଧ ସିନା କରିପାରେ ।


ମୁଠାଏ ପାଉଁଶ 

  ମଶାଣି ଭୂଇଁର 

    ପରିଚୟ ଦେଇପାରେ l


ନିଦାଘ କି ବୁଝେ

   ଝାଞ୍ଜିର ପ୍ରକୋପ 

     ଜାଳିପାରେ ତନୁମନ ।


ତପ୍ତ ହୃଦୟରେ 

  ରଚି ଦେଇପାରେ 

    ଯନ୍ତ୍ରଣାର ଅଭିଧାନ l


ମଶାଣି କି ବୁଝେ

  ସମ୍ପର୍କର ମୂଲ୍ୟ 

     ହଜିଯାଏ କେତେ ପ୍ରେମ ।


ଦହନ ତା ଧର୍ମ 

  ଆନ ପ୍ରହସନ 

     ଜୀବନର ଶେଷ ଧାମ l


ସାଗର କି ବୁଝେ

   ବେଳାଭୂମି ମନ 

      ବାଲିଘର ଦିଏ ଭାଙ୍ଗି ।


ପ୍ରତାରଣା ଛଳେ 

   ବାନ୍ଧେ ପ୍ରୀତି ଡୋରେ 

     ଶ୍ରଦ୍ଧା କୁସୁମରେ ଛନ୍ଦି l


ଗୁମ୍ଫା କି ବୁଝଇ 

   ଶିଳାଲିପି ଆତ୍ମା 

      ତା ଦେହର କ୍ଳେଶ କେତେ ।


ପ୍ରତିଷ୍ଠିତ ହୁଏ 

   ସେହି ପରିଚୟେ 

     ଖୋଦିତ ଭାଷାର ମତେ l


ପାହାଡ଼ କି ବୁଝେ

   ନିର୍ଝରିଣୀ ବ୍ୟଥା 

     କେତେ କ୍ଳେଶ ପଥେ ତାର ।


ବନ୍ଧୁର ମାର୍ଗରେ 

   କ୍ଷତାକ୍ତ ହୁଅଇ 

      ଅସହ୍ୟ କାହାଣୀ ଯାର ।


Rate this content
Log in

Similar oriya poem from Romance