ତୁମେ
ତୁମେ
ମରୁ ଉଦ୍ୟାନ ତୁମେ
ଜୀବନ ମରୁରେ
ସ୍ନିଗ୍ଧ ଶୀତଳ ଛାୟା,
କୃଷ୍ଣଚୁଡା ରଙ୍ଗ
ବୟସ ପଥରେ
ଇନ୍ଦ୍ରଧନୁ ର ମାୟା l
କେବେ ସୁନା ମୃଗ
ଛଳନାରେ ଆସ
ଏ ମନ ବଗିଚା ଧାରେ,
ଚୋରା ଚଇତାଳି
ସାଜି ଛୁଇଁ ଯାଅ
ଲୁହ ଭରି ଯନ୍ତ୍ରଣା ରେ l
ହୃଦ ଉପବନେ
ଫୁଟି ଉଠ କେବେ
ମଲ୍ଲୀ ର ମହକ ନେଇ,
ମହକାଇ ମନ
ସପନେ ନିମଗ୍ନ
ଲୁଚି ଯାଅ ଦୂରେ କାହିଁ l
କେବେ ଆସ ପୁଣି
ପ୍ରୀତି ଫଲ୍ଗୁ ନେଇ
ଭିଜାଇ ମନକୁ ମୋର
ଝଡ଼ ସାଜି କେବେ
ଭାଙ୍ଗି ଦିଅ ସବୁ
ଆକାଂକ୍ଷା ର ବାଲିଘର l
ଉଦାସୀ ମନଟା
ବୁଝେନାହିଁ ଜମା
ନିୟତି ର ପରିହାସ,
ସୁଖ ସବୁବେଳେ
ରହେନାହିଁ ପାଶେ
କେବେ ବହେ ଅଣଚାଶ l